Below header

ସର୍ବଭାରତୀୟ ସ୍ତରରେ ଟ୍ରକ ଧର୍ମଘଟ ନେଇ ଡ଼ାକରା ଦେଲା “ମୋଟର ପରିବହନ କଂଗ୍ରେସ”

କେ ନ୍ୟୁଜ(କଟକ): ସର୍ବଭାରତୀୟ ସ୍ତରରେ ଖୁବଶୀଘ୍ର ହେବ ଟ୍ରକ ଧର୍ମଘଟ । ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ଏହି ଧର୍ମଘଟ କରାଯିବ ବୋଲି ଜଣାଯାଇଛି । ସର୍ବଭାରତୀୟ ମୋଟର ପରିବହନ କଂଗ୍ରେସର ଉପସଭାପତି ରବି ଶତପଥୀ ଏହି ସୂଚନା ଦେଇଛନ୍ତି । ଡିଜେଲର ବେସ ପ୍ରାଇସ ୫୦ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟରୁ ୩୧ ଟଙ୍କା ୮୦ ପଇସା କେନ୍ଦ୍ର ନେଉଥିବା ବେଳେ ରାଜ୍ୟ ନେଉଛି ୨୨ ଟଙ୍କା ୮୨ ପଇସା ଟିକସ ।

କେନ୍ଦ୍ର ଓ ରାଜ୍ୟ ସରକାର ଟିକସ କମାଇ ଡିଜେଲ ଦର ହ୍ରାସ ପାଇଁ ଦାବି କରିଛି ସର୍ବଭାରତୀୟ ମୋଟର ପରିବହନ କଂଗ୍ରେସ । ଟ୍ରକ ଭଡା ଆୟରୁ ୭୫% ଡିଜେଲ ଖର୍ଚ୍ଚ, ୧୫% ଟୋଲ ଗେଟ ଖର୍ଚ୍ଚ ହେଉଥିବା ବେଳେ ୧୫% ସରକାରୀ ପାଉଣା ଯାଉଥିବା ଅଭିଯୋଗ କରିଛି ଟ୍ରକ ମାଲିକ ସଂଘ । ଏଭଳି ସ୍ଥିତିରେ ଟ୍ରକ ଚଳାଇବା ଅସମ୍ଭବ ବୋଲି କହିଛି ସଂଘ । କଟକ ନରାଜରେ ଥିବା ଅଟୋମେଟିକ ଫିଟନେସ ସେଣ୍ଟର ପ୍ରତ୍ୟାହାର ପାଇଁ ଦାବି ରଖିଛି । ୧୫ ଦିନ ମଧ୍ୟରେ ଏହା ବନ୍ଦ ନ ହେଲେ ସେଠାରେ ଧାରଣା ଦେବ ଓଡିଶା ଟ୍ରକ ମାଲିକ ସଂଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.