Below header

ଓଟିଟି ଛାଡ଼ିଲେ ନବାଜୁଦ୍ଦିନ ସିଦ୍ଦିକି, କହିଲେ- ‘ଏବେ ଏହା ଧନ୍ଦା ପାଲଟିଛି’

ଓଟିଟିକୁ ଗୁଡ୍‌ବାଏ କହିଲେ ନବାଜୁଦ୍ଦିନ୍‌ ସିଦ୍ଦିକି। ସେ ଆଉ ଓଟିଟି ପ୍ଲାଟ୍‌ଫର୍ମରେ କାମ କରିବେ ନାହିଁ ବୋଲି ସଫା ସଫା କହି ଦେଇଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ଭଲ ଷ୍ଟାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନବାଜୁଦ୍ଦିନ୍‌ ସିଦ୍ଦିକି। ସେ ନେଟ୍‌ଫ୍ଲିକ୍ସର ଲୋକପ୍ରିୟ ୱେବ୍‌ ସିରିଜ୍‌ ସିକ୍ରେଟ୍‌ ଗେମ୍‌ ଜରିଆରେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିଥିଲେ। କିନ୍ତୁ ଏବେ ସେ ଓଟିଟି ଦୁନିଆକୁ ଅଲବିଦା କହିଛନ୍ତି। ଏହି ଖବର ଶୁଣିବା ପରେ ନବାଜୁଦ୍ଦିନ୍‌ ସିଦ୍ଦିକିଙ୍କ ଫ୍ୟାନ୍‌ମାନେ ଖୁବ୍‌ ଦୁଃଖିତ ହୋଇଯାଇଛନ୍ତି।

ପ୍ରଥମେ ପ୍ରଥମେ ନବାଜୁଦ୍ଦିନ୍‌ ଓଟିଟି ପ୍ଲାଟ୍‌ଫର୍ମର ଅଂଶ ଥିଲେ। ସେ ରାଜ ଅକେଲି ହେ, ଧୁମକେତୁ ଓ ସିରିୟସ୍‌ ଭଳି ଭଲ ଭଲ ଫିଲ୍ମରେ କାମ କରିଛନ୍ତି। ଦର୍ଶକଙ୍କୁ ମଧ୍ୟ ତାଙ୍କ କାମ ଖୁବ୍‌ ପସନ୍ଦ ଆସିଥିଲା। କରୋନା ସମୟରେ ସେ ଏହି ପ୍ରୋଜେକ୍ଟ ମାଧ୍ୟମରେ ଫ୍ୟାନ୍‌ଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇଥିଲେ।

କିନ୍ତୁ ଗତ କିଛିଦିନ ହେବ ଓଟିଟି ପ୍ଲାଟଫର୍ମରେ ଯେଭଳି କଣ୍ଟେଣ୍ଟ ତିଆରି ହେଉଛି, ତାହାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ନବାଜୁଦ୍ଦିନ୍‌। ଏଣୁ ଏବେ ସେ ଆଉ ଓଟିଟିରେ କାମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏକ ଇଣ୍ଟରଭ୍ୟୁରେ କଥା ହେବା ଅବସରରେ ନବାଜୁଦ୍ଦିନ୍‌ କହିଥିଲେ ଯେ ଓଟିଟି ପ୍ଲାଟଫର୍ମ ବଡ଼ ପ୍ରଡକ୍ସନ୍‌ ହାଉସ୍‌ ପାଇଁ ଧନ୍ଦା ପାଲଟିଛି। ପୂର୍ବରୁ ମୁଁ ଯେତେବେଳେ ସିକ୍ରେଟ୍‌ ଗେମ୍ସରେ କାମ କରୁଥିଲି, ସେତେବେଳେ ଏହା ଏକ ଚ୍ୟାଲେଞ୍ଜ ଥିଲା। କିନ୍ତୁ ଏବେ ଆଉ ପୂର୍ବ ଭଳି ଉତ୍ସାହ ନାହିଁ। ଓଟିଟିରେ ଏବେ ଭଲ ସହ ଖରାପ ଶୋ’ ବି ଆସୁଛି। ଏଠାରେ ରିଲିଜ୍‌ ହେଉଥିବା ଶୋ’ ଓ ଫିଲ୍ମରେ ଆଉ ଗୁଣବତ୍ତା ନାହିଁ। ଏଣୁ ଏଠାରେ ଆଉ କାମ କରିହେବ ନାହିଁ ବୋଲି କହିଛନ୍ତି ନବଜୁଦ୍ଦିନ ସିଦ୍ଦିକି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.