ରାଜକୁମାର ରାଓଙ୍କ ନାମରେ ୩ କୋଟି ଠକିବା ପାଇଁ ପ୍ଲାନ୍‌, ଠକାମିରୁ ବର୍ତ୍ତିବା ପାଇଁ ଫ୍ୟାନ୍ସଙ୍କୁ ସାବଧାନ କଲେ ଅଭିନେତା

ସାଧାରଣ ଲୋକ ଠକାମୀର ଶିକାର ହେବା ପରେ ଏବେ ବଲିଉଡ ଷ୍ଟାରଙ୍କ ନାମକୁ ନେଇ ଠକ୍‌ ମାତିଛନ୍ତି। ସେମାନଙ୍କ ନାମରେ ପଇସା ଠକିବା ପାଇଁ କାରବାର ଚଲାଇଛନ୍ତି। ଆଉ ଏହି ତାଲିକାରେ ଏବେ ଯୋଡି ହୋଇଛନ୍ତି ବଲିଉଡ ଷ୍ଟାର ରାଜକୁମାର ରାଓ। ବଲିଉଡ ଅଭିନେତା ରାଜକୁମାର ରାଓ ଏକ ନକଲି ଇମେଲକୁ ନେଇ ଚେତାବନୀ ଦେଇଛନ୍ତି। ଏହି ମେଲ୍ ଅଭିନେତାଙ୍କ ନାମରେ ବ୍ୟବହାର କରି ୩ କୋଟି ଟଙ୍କା ଠକିବାକୁ ପଠାଯାଇଛି। ରାଜକୁମାର ଏ ବିଷୟରେ ଲୋକଙ୍କୁ ସଚେତନ କରାଇ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ମେଲର ସ୍କ୍ରିନସଟ ସେୟାର କରିଛନ୍ତି। ଏହି ନକଲି ଇମେଲରେ ଅଭିନେତାଙ୍କ ନାମ ବ୍ୟବହାର କରି ଟଙ୍କା ଠକିବାକୁ ଚେଷ୍ଟା କରାଯାଇଛି। ଇମେଲରେ, ‘ହନିମୁନ୍ ପ୍ୟାକେଜ୍’ ନାମକ ଏକ ଫିଲ୍ମକୁ ନେଇ ଅର୍ଜୁନ ନାମକ ବ୍ୟକ୍ତି ଏବଂ ମ୍ୟାନେଜର ସୌମ୍ୟା ମଧ୍ୟରେ ବାର୍ତ୍ତାଳାପ ବିଷୟରେ ଲେଖାଯାଇଛି। ସୋସିଆଲ ମିଡିଆରେ ଅଭିନେତାଙ୍କ ପୋଷ୍ଟ ଭାଇରଲ ହେଉଛି।

ଇନଷ୍ଟାଗ୍ରାମରେ ଇମେଲର ସ୍କ୍ରିନସଟ ସେୟାର କରି ରାଜକୁମାର କ୍ୟାପସନରେ ଲେଖିଛନ୍ତି, ‘ଦୟାକରି ଏହିପରି ନକଲି ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ମୁଁ ସୌମ୍ୟା ନାମକ କୌଣସି ବ୍ୟକ୍ତିଙ୍କୁ ଜାଣେ ନାହିଁ। ସେମାନେ ନକଲି ଇମେଲ ଆଇଡି ଏବଂ ମ୍ୟାନେଜର୍ ବ୍ୟବହାର ଲୋକଙ୍କୁ ଟଙ୍କା ଠକିବା ପାଇଁ କରୁଛନ୍ତି।

rajkumar
Photo credit: Asianet newsable

ଇମେଲ ସ୍କ୍ରିନସଟରେ ଲେଖା ହୋଇଛି।, “ହାଏ ଅର୍ଜୁନ!” ଆପଣ ଏବଂ ମୋର ମ୍ୟାନେଜର ସୌମ୍ୟାଙ୍କ ସହ ଆମର ଶେଷ ବାର୍ତ୍ତାଳାପ ଅନୁଯାୟୀ, ମୁଁ କହିବାକୁ ଚାହେଁ ‘ହନିମୁନ୍ ପ୍ୟାକେଜ୍’ ନାମକ ଫିଲ୍ମ କରିବାକୁ ମୁଁ ସମ୍ପୂର୍ଣ୍ଣ ସହମତ। ଯାହାକୁ ମିଷ୍ଟର୍ ସନ୍ତୋଷ ମାସ୍କି ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଉଛନ୍ତି। ବର୍ତ୍ତମାନ ମୁଁ ମୁମ୍ବାଇରେ ନାହିଁ, ତେଣୁ ମୁଁ କେବଳ ମେଲ ମାଧ୍ୟମରେ ମୋର ସମ୍ମତି ପଠାଉଛି।”

ଏହାଛଡା ଆହୁରି ମଧ୍ୟ ଲେଖାଯାଇଛି, ‘ସାଇନ୍ କରିବାର ପ୍ରୋସେସ୍ ଏବଂ କାହାଣୀ ବର୍ଣ୍ଣନା, ମେଲ୍ ହୋଇଥିବା ଏଗ୍ରୀମେଣ୍ଟର ହାର୍ଡ ମୁଁ ମୁମ୍ବାଇରେ ପହଞ୍ଚିବା ପରେ କରାଯିବ। ଏହି ଏଗ୍ରୀମେଣ୍ଟ ସେତେବେଳେ କାର୍ଯ୍ୟକାରୀ ହେବ ଯେତେବେଳେ ୩ କୋଟି ୧୦ ଲକ୍ଷ ଟଙ୍କା ମୋ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ କିମ୍ବା ମୋର ମ୍ୟାନେଜର ସୌମ୍ୟାଙ୍କ ଅନୁଯାୟୀ ମୋତେ ୧୦ ଲକ୍ଷ ନଗଦ ଏବଂ ୩ କୋଟି ଚେକରେ ଦେବେ। ମୁଁ ଜାନୁଆରୀ ୬ ରେ ହାଇଦ୍ରାବାଦ ରାମୋଜି ଫିଲ୍ମ ସିଟିରେ ଉପସ୍ଥିତ ଅଛି। ଆପଣ, ଡାଇରେକ୍ଟର ଏବଂ ପ୍ରଡ୍ୟୁସର୍, ସମସ୍ତେ ମେଲ ସହିତ ଆମନ୍ତ୍ରିତ। ଧନ୍ୟବାଦ ରାଜକୁମାର ରାଓ।’