ଏବେ ଘରେ ରହି ଏହି ଆସନ କରନ୍ତୁ, ମଧୁମେହ ଭଳି ରୋଗ ପାଇଁ ରାମବାଣ

କରୋନା ଭାଇରସ ସମଗ୍ର ବିଶ୍ୱରେ ଲୋକଙ୍କ ଜୀବନଶୈଳିକୁ ପ୍ରଭାବିତ କରିଛି । ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟ ସହିତ ଭାରତ ଏବଂ ଅନ୍ୟ ଦେଶମାନଙ୍କରେ ରେକର୍ଡ ସଂଖ୍ୟାରେ କୋଭିଡ ମାମଲା ବୃଦ୍ଧି ପାଉଛି । ବିଶେଷଜ୍ଞମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଉଛନ୍ତି । ବିଶେଷକରି ମଧୁମେହ ରୋଗୀଙ୍କୁ କିଭଳି ନିଜ ଶରୀରର ଯତ୍ନ ନେବେ ଓ ଏହି ସମୟରେ ଫିଟ ରହିବେ ସେଥିପାଇଁ ପରାମର୍ଶ ଦିଆଯାଉଛି । କେଭିଡ ଗାଇଡଲାଇନ ଫଳରେ ଘରେ ରହି ନିଜକୁ ଫିଟ ରଖିବା ଏବେ କାଠିକାର ପାଠ । ତେଣୁ ଆପଣ ଯୋଗର ସାହାରା ନେଇପାରିବେ ଏବଂ ସୁସ୍ଥ ରହିପାରିବେ । ଯୋଗ ପ୍ରଶିକ୍ଷକ ମାନେ ଏହି ପରାମର୍ଶ ଦେଉଛନ୍ତି ।

 

 

ଏହି ଭିଡିଓଟିରେ ଯୋଗ ପ୍ରଶିକ୍ଷକ ସବିତା ୟାଦବ ଯୋଗ ଶିଖାଉଛନ୍ତି । ଯୋଗ ଆରମ୍ଭ କରିବା ପୂର୍ବରୁ ଅପଣ ନିଜକୁ ପ୍ରଥମେ ୱାର୍ମ ଅପ କରେଇ ନିଅନ୍ତୁ । ଏହାକୁ କରିବା ପୂର୍ବରୁ ଆପଣ ଧ୍ୟାନ ମଧ୍ୟ କରିପାରିବେ । ଏକ ଯୋଗ ମ୍ୟାଟ ଉପରେ ବସି ଧ୍ୟାନରେ ବସିଯାଆନ୍ତୁ ।

ପ୍ରଥମ ଆସନ ଚକକି ଚଲାନାସାନ : ଭିଡିଓ ମୁତାବକ ଗୋଡରେ ସିଧା ବସନ୍ତୁ ଏବଂ ଦୁଇ ହାତକୁ ଏକାଠି ଧରି ରଖନ୍ତୁ । ତାପରେ ଆଗକୁ ବଙ୍କା ହୋଇ ଡାହାଣରୁ ବାମକୁ ହାତ ବୁଲାନ୍ତୁ । ଏହାକୁ ଦଶଥର ପୁନରାବୃତ୍ତି କରନ୍ତୁ । ତାପରେ ବାମରୁ ଡାହାଣକୁ ଦଶଥର ବୁଲନ୍ତୁ । କିଛି ସମୟର ବିରତି ପରେ ସମାନ ପ୍ରକ୍ରିୟାକୁ ପୁନରାବୃତ୍ତି କରନ୍ତୁ । କିନ୍ତୁ ଏଥର ଗୋଡକୁ ଅଧିକ ବିସ୍ତାର କରିନିଅନ୍ତୁ । ତୃତୀୟ ଚକ୍ରରେ ଗୋଡକୁ ସଂପ୍‌ୂର୍ଣ୍ଣ ବିସ୍ତାର କରି ସମାନ ପ୍ରକ୍ରିୟା ପୁନରାବୃତ୍ତି କରନ୍ତୁ । ଭିଡିଓରେ ଯେଭଳି ନିଶ୍ୱାସ ପ୍ରଶ୍ୱାସ ନେବାକୁ କୁହାଯାଇଛି ଠିକ ସେହିଭଳି ହିଁ ଆପଣଙ୍କୁ କରିବାକୁ ହେବ ।

ବକ୍ରାସନ : ଦଣ୍ଡାସନରେ ବସନ୍ତୁ । ନିଶ୍ୱାସ ନିଅନ୍ତୁ । ତାପରେ ମେରୁଦଣ୍ଡ ସିଧା କରନ୍ତୁ । ବାମ ଗୋଡକୁ ବଙ୍କା କରି ବାମ ପାଦକୁ ଡାହାଣ ଆଣ୍ଠୁ ପାଖରେ ଭୂମିରେ ରଖନ୍ତୁ । ବର୍ତ୍ତମାନ ଡାହାଣ ଗୋଡକୁ ଭାଙ୍ଗି ପାଦକୁ ଭୂମି ଉପରେ ବାମ ଜଙ୍ଘ ତଳେ ରଖନ୍ତୁ । ଡାହାଣ ହାତକୁ ବାମ ପାଦ ଉପରକୁ ନେଇ ଆସନ୍ତୁ । ବାମ ପାଦର ଆଙ୍ଗୁଠିକୁ ଧରିରଖନ୍ତୁ । ନିଶ୍ୱାସ ଧିରେ ଧିରେ ଛାଡନ୍ତୁ । ଏବେ ନିଜ ବାମ କାନ୍ଧକୁ ଦେଖିବା ପାଇଁ ବେକକୁ ମୋଡନ୍ତୁ । ବାମ ହାତକୁ ଭୂମି ଉପରେ ରଖନ୍ତୁ । ଏବଂ ସାମାନ୍ୟ ନିଶ୍ୱାସ ନିଅନ୍ତୁ । ଏହି ମୁଦ୍ରାରେ ୩୦ରୁ ୬୦ସେକେଣ୍ଡ ପର୍ଯ୍ୟନ୍ତ ରୁହନ୍ତୁ । ଏସବୁ ଆସନକୁ ଉଭୟ ପାର୍ଶ୍ୱରେ କରନ୍ତୁ । ଯଦି ପ୍ରଥମ ଥରରେ କିଛି ସମସ୍ୟା ଉପଜୁଛି ତେବେ ଏହି ଆସନକୁ ଆପଣ କରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.