ରିଙ୍ଗରେ ରାକ୍ଷୀଙ୍କୁ କଚାଡିଲେ ମହିଳା ରେସଲର୍, ଏମିତି ମାଡ ମାରିଲେ ଯେ ସିଧା ହସ୍ପିଟାଲ୍ ପହଂଚିଗଲେ ଡ୍ରାମା କୁଇନ୍

ମହଙ୍ଗା ପଡିଲା ବିଦେଶୀ ରେସଲରଙ୍କୁ ଚ୍ୟାଲେଞ୍ଜ ଦେବା । ରିଙ୍ଗରେ ରାକ୍ଷୀଙ୍କୁ କଚାଡିଲେ ମହିଳା ରେସଲର୍ । ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡିଲେ ରୋବେଲ୍ । ଆଉ ରୋବେଲଙ୍କ ମାଡ଼ରେ ସିଧା ହସ୍ପିଟାଲରେ ପହଂଚିଲେ ରାକ୍ଷୀ ।

ରାକ୍ଷୀଙ୍କ ଏପରି ଅବସ୍ଥା ପଂଚକୁଲାରେ ଚାଲିଥିବା ସିଡବ୍ଲୁଇ ଚାମ୍ପୟନ୍ ସମୟରେ କରିଛନ୍ତି ରୋବେଲ୍ । ରୋବେଲଙ୍କ ମାଡ଼ରେ ପ୍ରାୟ ୫ ରୁ ୮ ମିନିଟ୍ ଯାଏଁ ରିଙ୍ଗରେ ପଡିରହିଥିଲେ ରାକ୍ଷୀ । ଜଣାପଡିଛି ରାକ୍ଷୀଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ଏବେ ଡାକ୍ତର ରାକ୍ଷୀଙ୍କୁ ଆରାମ ନେବା ପାଇଁ କହିଛନ୍ତି ।

rakhi sawantସୂଚନା ଅନୁସାରେ, ରବିବାର ଦିନ ବିଗ୍ ଫାଇଟ୍ ସମୟରେ ମହିଳା ରେସଲରଙ୍କ ମୁକାବିଲା ରଖାଯାଇଥିଲା । ବିଦେଶୀ ମହିଳା ରେସଲର୍ ରୋବେଲ୍ ଫାଇଟ୍ ଜିତିବା ପରେ ଖୋଲା ଚ୍ୟାଲେଂଜ ଦେଇ କହିଥିଲେ , ଯଦି କୌଣସି ବି ଭାରତୀୟ ମହିଳାଙ୍କ ପାଖରେ ଦମ୍ ଅଛି, ତେବେ ମୋ ସହିତ ଆସି ଲଢ଼ ।

ଏହାପରେ ରାକ୍ଷୀ ସାୱନ୍ତ ଷ୍ଟେଜ୍ କୁ ଆସି ରୋବେଲଙ୍କୁ ଚ୍ୟାଲେଞ୍ଜ ଦେଇ କହିଥିଲେ ଯଦି ମହିଳା ରେସଲରଙ୍କ ପାଖରେ ଦମ୍ ଅଛି, ତେବେ ତାଙ୍କ ଭଳି ଡାନ୍ସ କରି କି ଦେଖାନ୍ତୁ । ଏହାପରେ ଉଭୟଙ୍କ ଭିତରେ ମୁକାବିଲା ଆରମ୍ଭ ହୋଇଥିଲା । ତେବେ ଏହି ସମୟରେ ରାକ୍ଷୀ ସାୱନ୍ତ ରୋବେଲଙ୍କୁ ଚିଡାଇବାରୁ ସେ ରାଗି ଯାଇ ରାଖୀଙ୍କୁ କାନ୍ଧରେ ଟେକି କଚାଡି ଦେଇଥିଲେ।ରାକ୍ଷୀଙ୍କୁ ଏମିତି ଭାବରେ କଚାଡିଛନ୍ତି ତାଙ୍କ ଅଣ୍ଟାରେ ଆଘାତ ଲାଗିଛି । ଏପରିକି ଉଠିକି ଚାଲିବାରେ ମଧ୍ୟ ଅସମର୍ଥ ଥିଲେ । ଏହା ପରେ କିଛି ମହିଳା ରେସଲରଙ୍କ ସହାୟତାରେ ରାକ୍ଷୀଙ୍କୁ ବାହାରକୁ ଆଣିଥିଲେ ଆୟୋଜକ । ତେବେ ଏହା ରାକ୍ଷୀଙ୍କ ପବ୍ଲିସିଟି ଷ୍ଟଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.