ରାକ୍ଷୀ ସାଓ୍ଵନ୍ତଙ୍କ ମା’ଙ୍କୁ ବ୍ରେନ୍ ଟ୍ୟୁମର; କାନ୍ଦି କାନ୍ଦି ଫ୍ୟାନ୍ସଙ୍କୁ କଲେ ଅପିଲ୍…ମୋ ମା’ ପାଇଁ ପ୍ରାର୍ଥନା କର

ବଲିଉଡର ଡ୍ରାମା କ୍ୱିନ ରାକ୍ଷୀ ସାୱନ୍ତ ଆଜିକାଲି ବିଗ୍‌ ବସ୍‌ ମରାଠୀରେ ନଜର ଆସୁଥିଲେ। ଯଦିଓ ଏବେ ରାକ୍ଷୀ ବିଗ୍ ବସ୍ ଘରୁ ବାହାରି ଆସିଛନ୍ତି ଏବଂ ବାହାରକୁ ଆସିବା ମାତ୍ରେ ହିଁ ତାଙ୍କୁ ଏକ ଖରାପ ଖବର ଶୁଣିବାକୁ ମିଳିଛି, ଯାହାକୁ ବର୍ତ୍ତମାନ ସେ ନିଜ ଫ୍ୟାନ୍‌ମାନଙ୍କ ସହିତ ସେୟାର କରିଛନ୍ତି।

ରାକ୍ଷୀ ଭିଡିଓ ସେୟାର କରି କହିଛନ୍ତି, ତାଙ୍କ ମା’ ଜୟା ଭେଡ଼ାଙ୍କୁ କ୍ୟାନ୍ସର ପରେ ଏବେ ବ୍ରେନ୍‌ ଟ୍ୟୁମର ବି ହୋଇଯାଇଛି। ସେ ମୁମ୍ବାଇର ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ହସ୍ପିଟାଲରୁ ରାକ୍ଷୀ କାନ୍ଦୁଥିବାର ଏକ ଭିଡିଓ ସେୟାର କରିଛନ୍ତି।

ରାକ୍ଷୀ ସାୱନ୍ତଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ଏକ ହସ୍ପିଟାଲରୁ ଆରମ୍ଭ ହୋଇଛି। କ୍ଲିପ୍ରେ ରାକ୍ଷୀ କହୁଛନ୍ତି ଯେ ‘ମୁଁ ବର୍ତ୍ତମାନ ବିଗ୍ ବସ୍ ମରାଠୀରୁ ବାହାରି ଆସିଛି। ଆସିବା ମାତ୍ରେ ଜାଣିଲି ଯେ ମମ୍ମି ଠିକ୍‌ ନାହାଁନ୍ତି। ସେ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି। ମୁଁ ଆପଣ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛି। ଦୟାକରି ମୋ ମା’ ପାଇଁ ପ୍ରାର୍ଥନା କରନ୍ତୁ। ତାଙ୍କୁ ପ୍ରାର୍ଥନାର ଆବଶ୍ୟକ ରହିଛି। ବିଗ୍ ବସ୍ ଘରେ ମୋତେ କେହି କହି ନ ଥିଲେ ଯେ ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ମୁଁ ଜାଣି ନ ଥିଲି, ସେ ହସ୍ପିଟାଲରେ ଆଡ୍‌ମିଟ ଅଛନ୍ତି ଏବଂ ତାଙ୍କୁ ବ୍ରେନ୍‌ ଟ୍ୟୁମର ହୋଇଛି’।

 

View this post on Instagram

 

A post shared by Rakhi Sawant (@rakhisawant2511)

ଭିଡିଓରେ ରାକ୍ଷୀ ଜଣେ ବ୍ୟକ୍ତିଙ୍କୁ ପଚରାଛନ୍ତି ଯେ କ’ଣ ହୋଇଛି। ତ ବ୍ୟକ୍ତି କହୁଛନ୍ତି, ରାକ୍ଷୀଙ୍କ ମା’ଙ୍କ ଶରୀରର ବାମ ପାର୍ଶ୍ୱ ପକ୍ଷାଘାତ ହୋଇ ଯାଇଥିଲା, ଯାହାପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା। ଏଠାରେ ତାଙ୍କର ସ୍କାନ୍ ଏବଂ ଏମ୍‌ଆରଆଇ ହୋଇଛି। ଏଥିରୁ ଜଣାପଡ଼ିଛି ଯେ ତାଙ୍କୁ ବ୍ରେନ୍‌ ଟ୍ୟୁମର ହୋଇଛି। ତଥାପି ଏବେ ଅନେକ ଟେଷ୍ଟ ରିପୋର୍ଟ ଆସିବା ବାକି ଅଛି। ଏହା ଶୁଣି ରାକ୍ଷୀ କହୁଛନ୍ତି, ଦୟାକରି ଆପଣ ସମସ୍ତେ ମୋ ମା’ ପାଇଁ ପ୍ରାର୍ଥନା କରନ୍ତୁ। ଏହା କହି ସେ ଖୁବ୍‌ ଜୋର୍‌ରେ କାନ୍ଦିବାକୁ ଲାଗୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.