ଯାତ୍ରୀଙ୍କୁ ନ ନେଇ ଉଡାଣ ଭରିଲା Go First ବିମାନ, DGCA ମାଗିଲା ରିପୋର୍ଟ

ବେଙ୍ଗାଲୁରୁ ଏୟାରପୋର୍ଟରେ ଆଜି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ବେଙ୍ଗାଲୁରୁରୁ ଦିଲ୍ଲୀକୁ ଉଡାଣ ଭରିଥିବା ବିମାନ ଯାତ୍ରୀଙ୍କୁ ନ ନେଇ ଟେକ୍‌ଅଫ କରିଥିଲା । ଆଉ ଏହି ମାମଲାକୁ ନେଇ DGCA ବିମାନ କମ୍ପାନୀକୁ ରିପୋର୍ଟ ଦାଖଲ କରିବା ପାଇଁ ତାଗିଦ୍‌ କରିଛି ।

ଖବର ମୁତାବକ, ଗୋ ଫାଷ୍ଟ ନାମକ ବିମାନ କମ୍ପାନୀର ବିମାନ ୫୫ ଜଣ ଯାତ୍ରୀଙ୍କୁ ଧରି ବେଙ୍ଗାଲୁରୁରୁ ଦିଲ୍ଲୀ ଯିବାକୁ ରହିଥିଲା। ଯାତ୍ରୀମାନେ ବିମାନରେ ଯିବା ପାଇଁ ସଟଲ ବସ୍‌ରେ ଅପେକ୍ଷା କରି ରହିଥିଲେ । କିନ୍ତୁ ବିମାନଟି କୌଣସି ଯାତ୍ରୀଙ୍କୁ ନ ନେଇ ଉଡାଣ ଉଡିଯାଇଥିଲା। ଆଉ ଦିଲ୍ଲୀ ପହଞ୍ଚିବା ବେଳକୁ ବିମାନରେ କୌଣସି ଯାତ୍ରୀ ବିମାନରେ ନଥିଲେ । ଏହି ଘଟଣା ପରେ DGCA ଗୋ ଫାଷ୍ଟ ଏୟାରଲାଇନକୁ ରିପୋର୍ଟ ମାଗିଛି। ବିମାନ ଉଡାଣ ଭରିବା ପରେ ୫୩ ଜଣ ଲୋକଙ୍କୁ ଅନ୍ୟ ଏକ ବିମାନ ଯୋଗେ ଦିଲ୍ଲୀକୁ ସିଫ୍ଟ କରାଯାଇଛି। ଅନ୍ୟ ଦୁଇ ଜଣ ଯାତ୍ରୀ ରିଫଣ୍ଡ ମାଗିଥିଲା ।

ଏହି ଘଟଣା ପରେ ବିମାନ ଯାତ୍ରା କରିବାକୁ ଥିବା କିଛି ଯାତ୍ରୀ ଏୟାରପୋର୍ଟରେ ପହଞ୍ଚିବା ପରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଲୋକେ ସଟଲ ବସ୍‌ରେ ଯାଇଥିଲେ ସତ କିନ୍ତୁ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ବିମାନରେ କେହି ଚଢିନଥିଲେ । ବିମାନଟି ୬.୪୦ରେ ବେଙ୍ଗାଲୁରୁରୁ ଦିଲ୍ଲୀ ପାଇଁ ଉଡାଣ ଭରିଥିଲା ।

ପରେ ଗୋ ଫାଷ୍ଟ ବିମାନ କମ୍ପାନୀ କୌଣସି ପ୍ରକାରର ଟିପ୍ପଣୀ ଦେବାକୁ ମନା କରିଦେଇଛି। ଘଟଣାକୁ ନେଇ କମ୍ପାନୀ ଏକ ଟ୍ଵିଟ୍‌ କରି ଜବାବରେ ଯାତ୍ରୀଙ୍କୁ ନିଜ ନିଜ ଡିଟେଲ୍‌ ସେୟାର କରିବା ପାଇଁ କହିଛି। ଏମିତି ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛି କମ୍ପାନୀ । ଜଣେ ଯାତ୍ରୀ ଟ୍ଵିଟ୍‌ କରି କହିଛନ୍ତି, ବେଙ୍ଗାଲୁରୁରୁ ଦିଲ୍ଲୀ ଉଡାଣ ଭରୁଥିବା ବିମାନ ଜି୮-୧୧୬ ବିମାନଟି ବିନା କୌଣସି ଯାତ୍ରୀଙ୍କୁ ନ ନେଇ ଟେକଅଫ କରିଥିଲା ।

ତେବେ ଏହି ମାମଲାରେDGCA ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିଜିସିଏ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.