ବିଶ୍ୱ ରେକର୍ଡ କଲା ରମାନନ୍ଦ ସାଗରଙ୍କ ରାମାୟଣ, ଗୋଟିଏ ଦିନରେ ଦେଖିଲେ ଏତିକି ଲୋକ

ଦେଶ ବ୍ୟାପୀ ଲକ ଡାଉନ ଘୋଷଣା ହେବା ପରେ ଦୂରଦର୍ଶନ ଚ୍ୟାନେଲ ତରଫରୁ ରାମାନନ୍ଦ ସାଗରଙ୍କ ନିର୍ମିତ “ରାମାୟଣ”ର ପୁନ୍ହ ପ୍ରସାରଣ କରାଯାଇଛି । ଦୀର୍ଘ ୩୩ ବର୍ଷ ପୂର୍ବରୁ ନିର୍ମିତ ରାମାୟଣର ପୁନଃ ପ୍ରସାରଣ ସତ୍ତ୍ୱେ ରାମାୟଣର ଲୋକପ୍ରିୟତା ଟିକେ ବି କମିନାହିଁ । ସିରିଏଲର ଟିଆରପି ରେଟ ଦେଖିଲେ ଯେକେହି ଏହାର ଅନୁମାନ କରିପାରିବ । ନିକଟରେ ହିଁ ପୌରାଣିକ ଧାରାବାହିକ ରାମାୟଣ ନିଜ ନାଁରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛି । ସିରିଏଲ ପ୍ରସାରଣ ଆରମ୍ଭରୁ ହିଁ ଲୋକଙ୍କ ଠାରେ ଏହାପ୍ରତି ଏକ ଅଦ୍ଭୁତ କ୍ରେଜ ଦେଖାଦେଇଥିଲା

ramayan

କେବେ ଲୋକେ ଏଥିରେ ଅଭିନୟ କରିଥିବା ବିଭିନ୍ନ ଚରିତ୍ର ମାନଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଛନ୍ତି ତ କେବେ ଏହାର କୌଣସି ଦୃଶ୍ୟକୁ ଦେଖି ଭାବବିହ୍ଵଳ ହୋଇଯାଉଛନ୍ତି । ପ୍ରଥମେ ୨୧ ଦିନର ଲକ ଡାଉନକୁ ଲକ୍ଷରେ ରଖି ଏହାର ଆରମ୍ଭ କରାଯାଇଥିବା ବେଳେ ଲକ ଡାଉନ ଅବଧି ବଢିବା ପରେ ନିର୍ମାତା ମାନେ “ଉତ୍ତର ରାମାୟଣ” ପ୍ରସାରଣ ପାଇଁ ନିଷ୍ପତ୍ତି ନେଇଥିଲେ । ଏବେ ରାମାୟଣ ଖାଲି ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ସବୁଠୁ ଅଧିକ ଦେଖାଯାଉଥିବା ଵାଲା ଧାରାବାହିକ ଭାବେ ଗଣାହେଉଛି । ଏବାବଦରେ ଡ଼ି ଡ଼ି ନ୍ୟାସନାଲ ଚ୍ୟାନେଲ ହିଁ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ସୂଚନା ଦେଇଛି । ଚ୍ୟାନେଲ ତରଫରୁ ଆହୁରି ମଧ୍ୟ କୁହାଯାଇଛିକି, ରାମାୟଣର ପୁନ୍ହ ପ୍ରସାରଣ ବିଶ୍ୱରେ ଦର୍ଶକଙ୍କ ରେକର୍ଡ ଭାଙ୍ଗି ଦେଇଛି ।

ramayan

ଏପ୍ରିଲ ୧୬ ତାରିଖରେ ଏହାକୁ ବିଶ୍ୱ ବ୍ୟାପି ୭.୭ କୋଟି ଲୋକ ଏକାଠି ଦେଖିବାର ଏକ ବିରଳ ରେକର୍ଡ କରିଥିଲା । ଅନ୍ୟ ପକ୍ଷରେ, ପୁଣି ଥରେ ପ୍ରସାରଣ ହେବା ପରେ ଏଥିରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ମାନେ ପୁଣି ଥରେ ଲାଇମ ଲାଇଟକୁ ନେଇ ଆସିଛି । ସାଧାରଣ ଲୋକେ ଏହାର କଳାକାର ମାନଙ୍କ ବିଷୟରେ ଅଧିକ ରୁ ଅଧିକ ଜାଣିବାକୁ ଚେଷ୍ଟା କରୁଛନ୍ତି । ସୋ’ ସହିତ ଜଡିତ କଳାକାର ମାନେ ବି ଦର୍ଶକ ମାନଙ୍କ ଦାବି ରକ୍ଷା କରି ନିଜ ନିଜର ପୁରୁଣା ଥ୍ରୋବ୍ୟାକ ଫଟୋ ଗୁଡିକୁ ସେୟାର କରିବାରେ ଲାଗିଛନ୍ତି । କହି ରଖିବା ଉଚିତ ହେବକି, ଏହି ଧାରାବାହିକରେ ରାମଙ୍କ ଭୂମିକା ଅରୁଣ ଗୋଭୀଲ ନିଭେଇଥିବା ବେଳେ ମାତା ସୀତାଙ୍କ ଭୂମିକାରେ ଦୀପିକା ଚି଼ଖାଲିଆ ନଜର ଆସିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.