ଲଞ୍ଚ ହେଲା Redmi Note 9 ସିରିଜ, ଜାଣନ୍ତୁ କ’ଣ ରହିଛି ଏହି ଫୋନର ମୂଲ୍ୟ

ଯଦି ଆପଣ ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଛନ୍ତି, ତେବେ ବଜାରକୁ ଆସିଯାଇଛି ନୂଆ ଫୋନ। ସାଓମୀ ପକ୍ଷରୁ ନୂଆRedmi Note ସିରିଜ ଫୋନକୁ ଗ୍ଲୋବାଲ ମାର୍କେଟରେ ଲଞ୍‌ଚ କରିଛି। କମ୍ପାନୀ ପକ୍ଷରୁ ଏହି ସିରିଜରେRedmi Note 9 , Note 9 pro କୁ ଳଞ୍ଚ କରିଛି।
କମ୍ପାନୀRedmi Note 9 pro ଫୋନର ୩ ଜିବି ରାମ୍‌ ସହିତ ୬୪ ଜିବି ଷ୍ଟୋରେଜ ଏବଂ ୪ ଜିବି ରାମ୍‌ ସହିତ ୧୨୮ ଜିବି ଷ୍ଟୋରେଜ ଭାରିଅଣ୍ଟର ଫୋନ ଲଞ୍ଚ କରିଛି। ଏହାର ମୂଲ୍ୟ ଯଥାକ୍ରମେ ୧୪ ହଜାର ଏବଂ ୧୬,୫୦୦ ଟଙ୍କା ରହିଥିଲା। ସେହିପରିRedmi Note 9 pro ଫୋନର ୬ ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜ ଏବଂ ୬ ଜିବି ରାମ୍‌ ସହିତ ୧୨୮ ଜିବି ଷ୍ଟୋରେଜ ସହିତ ଲଞ୍ଚ କରାଯାଇଥିଲା। ଏହି ଭାରିଏଣ୍ଟ ଫୋନର ଦାମ ଯଥାକ୍ରମେ ୧୭,୫୦୦ ଏବଂ ୨୧ ହଜାର ରହିଥିଲା।

phone

ଏହି ଫୋନରେ ୬.୫୩ ଇଞ୍ଚର ଡିସପ୍ଲେ ସହିତ ମିଡିଆଟେକ Helio G85 ପ୍ରୋସେସର ରହିଛି। ଏହାଛଡା ରିଅର ଫିଙ୍ଗରପ୍ରିଣ୍ଟ ସେନସର, କ୍ୱାଡ କ୍ୟାମେରା ସେଟଅପ, ୪୮ ମେଗାପିକ୍ସେଲ ପ୍ରାଇମେରୀ ସେନସର, ୫ ମେଗାପିକ୍ସେଲ ଅଲ୍ଟ୍ଯା ଓ୍ଵାଇଣ୍ଡ ଆଙ୍ଗେଲ, ୨ ମେଗାପିକ୍ସେଲ ଡେପ୍ଥ ଏବଂ ୨ ମେଗାପିକ୍ସେଲ ମାଇକ୍ରୋ ଲେନ୍ସ ରହିଛି। ଏହାସହିତ ଫ୍ରଣ୍ଟରେ ୧୩ ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି। ୟୁଜର୍ସଙ୍କୁ ଏହି ସ୍ମାର୍ଟଫୋନରେ ୩୦ ଓ୍ଵାଟ ଫାଷ୍ଟ ଚାର୍ଜିଂ ସହିତ ୫,୦୨୦ ଏମଏଏଚ ବ୍ୟାଟେରୀ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.