ଯାଜପୁରରେ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା, ପରିସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛି ରାପିଡ୍‌ ଆକ୍ସନ ଟିମ୍

ଯାଜପୁର: ରାଜ୍ୟରେ ନୂଆ ହଟସ୍ପଟ ପାଲଟିଛି ଦଶରଥପୁର ବ୍ଲକ କଟିକଟା ଅଞ୍ଚଳ । ଏହି ଅଞ୍ଚଳରୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ପୂର୍ବରୁ କଟିକଟା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବାବେଳେ ପୁଣି ଦଶରଥପୁର ବ୍ଲକରେ କଣ୍ଟେନମେଣ୍ଟ ଜୋନ୍‌କୁ ବଢାଇ ଦିଆଯାଇଛି । ଗୋପାଳପୁର ଏବଂ ଡାହାଣଅତା ପଞ୍ଚାୟତର ୫ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ମୋଟ ୩ଟି ବଲକର ୧୪ପଞ୍ଚାୟତର ୩୩ଟି ଗାଁ କଣ୍ଟେନମେଣ୍ଟ ଜୋନ୍‌ରେ ରହିଛି। ଏହି ଅଞ୍ଚଳର ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ୨ଜଣ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ପରିସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛି ରାପିଡ୍‌ ଆକ୍ସନ ଟିମ୍‌। ଜିଲ୍ଲାରେ ୧୫ ଦିନରେ ୩୪ଟି ନୂଆ କେସ୍‌ ବାହାରିଛି । ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.