ଏବେ ବେବି ପ୍ଳାନିଙ୍ଗ କରିବାକୁ ଚାହୁଁନାହାନ୍ତି ରଣବୀର- ଦୀପିକା, କ୍ୟାରିୟରକୁ ନେଇ କରିଛନ୍ତି ଏମିତି କିଛି ପ୍ଲାନ

୨୦୨୦ରେ କିଛି ବଲିଉଡ ଷ୍ଟାର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ କେତେକ ଯୋଡ଼ିଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି । କିନ୍ତୁ ବେବି ପ୍ଲାନିଂ ବିଷୟରେ ଯେବେ ଦୀପିକା ଓ ରଣବୀରଙ୍କୁ ପଚରା ଯାଇଥିଲା ସେମାନେ ଏହି କଥାକୁ ଟାଳି ଦେଇଛନ୍ତି । ଏବେ ବେବି ପ୍ଳାନିଙ୍ଗ କରିବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି ବଲିଉଡ଼ର ଏହି ସଫଳତମ ଯୋଡି । ଆଉ ଏକ ସାକ୍ଷାତକାର ସମୟରେ ଦୀପିକା କହିଛନ୍ତିକି, ସେ ଓ ରଣବୀର ଏବେ ନିଜ ନିଜ କ୍ୟାରିୟରକୁ ନେଇ ସିରିୟସ ଅଛନ୍ତି । ଆଉ ଏକ ଶିଶୁର ଦାୟିତ୍ୱ ନେବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇନାହାନ୍ତି । ଦୁହିଁଙ୍କ ଅନୁଯାୟୀ ଶିଶୁର ଦାୟିତ୍ୱ ନେବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଉ ଏଥିପାଇଁ ମାନସିକ ଓ ଶାରୀରିକ ସ୍ତରରେ ଆଗୁଆ ପ୍ରସ୍ତୁତ ରହିବା ନିହାତି ଜରୁରୀ । ଦୁହେଁ ନିଜକୁ ପ୍ରସ୍ତୁତ କରିବା ପରେ ହିଁ ଏ ନେଇ ପଦକ୍ଷେପ ନେବା ଉଚିତ ।

୨୦୦୭ ରେ ଦୀପିକା ବଲିଉଡ ଜଗତରେ ଡେବ୍ୟୁ କରିଥିଲେ । ଫିଲ୍ମ “ଓମ ଶାନ୍ତି ଓମ” ରେ ପ୍ରଥମ ଥର ପାଇଁ ଶାହରୁଖଙ୍କ ବିପରୀତରେ ନଜର ଆସିଥିଲେ ଦୀପିକା । ତାଙ୍କ ଏହି ଫିଲ୍ମ ବି ସୁପର ହିଟ ହୋଇଥିଲା । ଏଥିରେ ଦୀପିକାଙ୍କ ଅଭିନୟକୁ ଦର୍ଶକ ମାନେ ବି ଖୁବ ପ୍ରଶଂସା କରିଥିଲେ । ଏହା ପରେ ଗୋଟେ ପରେ ଗୋଟେ ସୁପରହିଟ ଫିଲ୍ମ ଦେଇଚାଲିଲେ ଦୀପିକା । ଶାହରୁଖଙ୍କ ସହ ନିଜ ଆଗାମୀ ଫିଲ୍ମ “ପଠାନ” ରେ ନଜର ଆସିବାକୁ ଯାଉଛନ୍ତି ଦୀପିକା । ଏହା ସହ ଶକୁନ ବାତ୍ରାଙ୍କ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏହି ଦୁଇ ଫିଲ୍ମ ସୁଟିଙ୍ଗ ସମୟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.