‘୨୦୨୨ ଶେଷ ସୁଦ୍ଧା ହେବ ଆଲିଆ ଓ ରଣବୀରଙ୍କ ବାହାଘର, ୧୫ ବର୍ଷପରେ ଛାଡ଼ପତ୍ର: କମାଲ ରାଶିଦ ଖାନ୍

ବଲିଉଡ ଅଭିନେତା ରଣୀବୀର କପୁର ଓ ଆଲିଆ ଭଟ୍ଟଙ୍କ ବାହାରକୁ ନେଇ ବିବାଦୀୟ ବୟାନ ପରେ ଟ୍ରୋଲ ହୋଇଛନ୍ତି ଅଭିନେତା ତଥା ସମାଲୋଚକ କମାଲ ରାଶିଦ ଖାନ୍ । ସେ ନିଜର ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । କେଆରକେ ନାମରେ ସେ ଲୋକଙ୍କ ମଧ୍ୟରେ ବେଶ ଜଣାଶୁଣା, ଯେକି ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି । ଏହାରି ମଧ୍ୟରେ କେଆରକେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବାହାଘରକୁ ନେଇ ଟ୍ୱିଟ୍ କରିଛନ୍ତି ।

kkr

ତେବେ କେଆରକେ ଟ୍ୱିଟରେ କିଛି ଭବିଷ୍ୟତବାଣୀ ପୋଷ୍ଟ କରନ୍ତି । ଏହାରି ମଧ୍ୟରେ ସେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବାହାଘରକୁ ନେଇ ପୂର୍ବାନୁମାନ କରିଛନ୍ତି । କେଆରକେ ଟ୍ୱିଟରେ ଲେଖିଛନ୍ତି ଯେ, ‘ରଣପୀର କପୁର ଓ ଆଲିଆ ଭଟ୍ଟ ୨୦୨୨ ଶେଷ ସୁଦ୍ଧା ବିବାହ ବନ୍ଧନରେ ବାନ୍ଧି ହେବେ । କିନ୍ତୁ ରଣବୀର ବିବାହର ୧୫ ବର୍ଷ ପରେ ଆଲିଆଙ୍କୁ ଛାଡ଼ପତ୍ର ଦେବେ ।’ ଅର୍ଥାତ୍ କେଆରକେଙ୍କ ମୁତାବକ, ୨୦୩୭ ମସିହା ପୂର୍ବରୁ ରଣବୀର ଓ ଆଲିଆ ଅଲଗା ହୋଇଯିବେ ।

ରଣବୀର-ଆଲିଆଙ୍କ ବିବାହ ପରେ ଛାଡପତ୍ରର ଭବିଷ୍ୟବାଣୀ କରିଥିବାରୁ କେଆରକେ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହେଉଛନ୍ତି । ଏମିତିରେ ବି ସୋସିଆଲ ମିଡିଆରେ କେଆରକେ ଟ୍ରୋଲ ହେବା ଘଟଣା ପ୍ରଥମ ନୁହେଁ । ଏହାପୂର୍ବରୁ ତାଙ୍କୁ ଅନେକ ଥର ବିଭିନ୍ନ କାରଣରୁ ଟ୍ରୋଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.