ରାତାରାତି ଷ୍ଟାର ବନିଥିବା ରାନୁ ବଲିଉଡର ଏହି ଲୋକପ୍ରିୟ ସିଙ୍ଗରଙ୍କ ସହିତ ରେକର୍ଡ କରିବେ ନିଜର ପ୍ରଥମ ଗୀତ, ଦେଖନ୍ତୁ ସେହି ମନମୁଗ୍ଧକର ଭିଡିଓ

ଲତା ମଙେ୍ଗସକରଙ୍କ ଗୀତ ‘ଏକ ପ୍ୟାର କା ନଗମା ହେ’ ଗାଇ ରାତାରାତି ଷ୍ଟାର ବନିଥିବାଂ ରାନୁ ମଣ୍ଡଳଙ୍କ ଜୀବନ ଏବେ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଗଲାଣି। ମେକଓଭର ପରେ ଏବେ ତାଙ୍କ ପାଖକୁ ବଡ-ବଡ ଅଫର୍ସର ଲମ୍ବା ଲାଇନ୍‌ ଲାଗିଛି।

ଟ୍ରେନରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଛି। ସେ ଟ୍ରେନରେ ଗୀତ ଗାଉଥିବା ବେଳେ କେହି ଜଣେ ତାଙ୍କର ଭିଡିଓ ବନାଇ ସୋସିଆଲ ମିଡିଆରେ ସେୟାର କରିଦେଇଥିଲେ। ସେୟାର କରିବାର ମାତ୍ର କିଛ ସମୟ ମଧ୍ୟରେ ସେ ଲୋକପ୍ରିୟ ହୋଇଯାଇଥିଲେ। ଏହାପରେ ବଦଳିଯାଇଥିଲା ତାଙ୍କର ଭାଗ୍ୟ।

RANNUUଏବେ ରାନୁ ବଲିଉଡର ସବୁଠାରୁ ଲୋକପ୍ରିୟ ସିଙ୍ଗର ହିମେଶ ରେସମିୟାଙ୍କ ସହିତ ନିଜର ପ୍ରଥମ ରେକଡିଂ ଆରମ୍ଭ କରିଛନ୍ତି। ହିମେସ ରେସମିୟା ନିଜର ନୂଆ ଫିଲ୍ମରେ ରାନୁଙ୍କୁ ଗୀତ ଗାଇବା ପାଇଁ ଅଫର ଦେଇଛନ୍ତି। ଏହାର ଭିଡିଓ ସେ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ଏହାସହ ପଢନ୍ତୁ : ଷ୍ଟେସନରେ ଗୀତ ଗାଇ ରାତାରାତି ଚର୍ଚ୍ଚିତ ହୋଇଥିବା ମହିଳାଙ୍କୁ ମିଳିଲା ରିୟଲିଟୀ ଶୋ’ର ଅଫର୍‌

ହିମେସ ରେସମିୟା ନିଜର ଅପକମିଂ ଫିଲ୍ମରେ ରାନୁ ମଣ୍ଡଳଙ୍କୁ ଗାଇବା ପାଇଁ ସୁଯୋଗ ଦେଇଛନ୍ତି। ତାଙ୍କର ନୂଆ ଫିଲ୍ମ ‘ହେପି ହାର୍ଡ଼ି ଆଣ୍ଡ ହୀର’ ଆସୁଛି। ଏଥିରେ ରାନୁ ମଣ୍ଡଳ ‘ତେରୀ ମେରୀ କାହାନୀ’ ଗୀତ ଗାଉଛନ୍ତି।

ranu songରାନୁଙ୍କର ରେକର୍ଡଂ କରିବା ସମୟରେ ମଧ୍ୟ ଭିଡିଓ ହିମେସ ରେସମିଆଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ରାନୁ ମଣ୍ଡଳ ହିମେଶ ରେସମିଆଙ୍କ ସହିତ studioରେ ଛିଡା ହୋଇ ଗୀତ ରେକର୍ଡ କରୁଥିବାର ଦେଖିବାକୁ ମିଳୁଛି।

ରାନୁ ଶୀଘ୍ର ରିୟଲିଟୀ ଶୋ ସୁପରଷ୍ଟାର ସିଙ୍ଗର ନାମକ ଶୋରେ ନଜର ଆସିବେ। ଏଥିରେ ସେ ହିମେଶ ରେସମିଆ ଏବଂ ଜଜଙ୍କ ସହିତ ଶୋରେ ଭାଗ ନେଇଥିବା ପିଲାଙ୍କ ସହିତ ମଧ୍ୟ ଭେଟିବେ।

ନିଶ୍ଚିତ ପଢନ୍ତୁ : ‘କୁଲି ନମ୍ବର ଓ୍ଵାନ’ର ଫାଷ୍ଟ ଲୁକ୍‌ ରିଲିଜ୍‌, ଏହି ଅନ୍ଦାଜରେ ଦେଖାଯିବେ ବରୁଣ ଧଓ୍ଵନ

ହିମେଶ କହିଛନ୍ତି ଯେ ସଲମାନ ଭାଇଙ୍କ ବାପା ସଲୀମ ଅଙ୍କଲ ଥରେ ମୋତେ ପରାମର୍ଶ ଦେଇଥିଲେ ଯେ ଯେତେବେଳେ ତୁମେ ଜୀବନରେ କୌଣସି ପ୍ରତିଭାବାନ ମଣିଷଙ୍କ ସହିତ ଭେଟିବ ତେବେ ତାଙ୍କୁ କେବେବି ଯିବାକୁ ଦେବନି। ସେ ମୋତେ ଏହା ମଧ୍ୟ କହିଥିଲେ ଯେ ସେହି ମଣିଷଙ୍କୁ ନିଜର ପ୍ରତିଭାକୁ ଆଗକୁ ବଢ଼ାଇବା ପାଇଁ ସାହାଯ୍ୟ କର।