Below header

୧୧୯ କୋଟି ଟଙ୍କା ଦେଇ ଫ୍ଲାଟ କିଣିଲେ ରଣବୀର ସିଂହ, ହେବେ ଶାହରୁଖ ଓ ସଲମାନଙ୍କ ପଡୋଶୀ

ବର୍ତ୍ତମାନ ଅଭିନୟ ଜଗତରେ ପ୍ରସିଦ୍ଧି ଲାଭ କରିଥିବା ଫିଲ୍ମ ଅଭିନେତା ରଣବୀର ସିଂହ ନାଁ ଏବେ ଚର୍ଚ୍ଚାରେ ରହିଛି । ମଜାର କଥା ହେଉଛି ଏହି ଚର୍ଚ୍ଚା କିନ୍ତୁ ରଣବୀରଙ୍କ କୌଣସି ଫିଲ୍ମକୁ ନେଇ ନୁହେଁ ବରଂ ନୂଆ କିଣିଥିବା ତାଙ୍କ ଘରକୁ ନେଇ । ରଣବୀର ସିଂହ ମୁମ୍ବାଇସ୍ଥିତ ବାନ୍ଦ୍ରା ଠାରେ ୧୧୯ କୋଟି ଟଙ୍କା ଦେଇ ଏକ ଆପାର୍ଟମେଣ୍ଟ କିଣିଛନ୍ତି । ଆରବ ସାଗର କୂଳରେ ଅବସ୍ଥିତ ଏହି ଆପାର୍ଟମେଣ୍ଟ ସହ ରଣବୀରଙ୍କୁ ୧୯
ଟି ପାର୍କିଙ୍ଗ ସ୍ଲଟ ବି ମିଳିଛି । ଏନେଇ କେବଳ ଷ୍ଟାମ୍ପ ଡ୍ୟୁଟିରେ ହିଁ ସେ ୭ କୋଟି ଟଙ୍କା ଜମା କରିଛନ୍ତି । ଏହି ଆଲିସାନ ବଙ୍ଗଳାକୁ ଆସିବା ପରେ ରଣବୀର ଶାହରୁଖ ଓ ସଲ୍ମାନ ଖାନଙ୍କ ପଡୋଶୀ ପାଲଟି ଯିବେ । କହିରଖିବା ଉଚିତ ହେବକି ଘର କିମ୍ବା ଅନ୍ୟ କୌଣସି ପ୍ରପର୍ଟି କିଣିବା ଉପରେ କିଣୁଥିବା ଲୋକକୁ ଷ୍ଟାମ୍ପ ଡ୍ୟୁଟି ଭରିବାକୁ ପଡିଥାଏ । ଏହା ଏକ ଆୟକର ସଦୃଶ ହୋଇଥାଏ । ଷ୍ଟାମ୍ପ ଡ୍ୟୁଟି ଭରିବା ପରେ ହିଁ ପ୍ରପର୍ଟିର ମାଲିକାନା ନାଁକୁ ଟ୍ରାନ୍ସ୍ଫର ହୋଇଥାଏ । ଏହାକୁ ଭରିବାରେ ବିଳମ୍ବ କଲେ କ୍ରେତାଙ୍କୁ ଏକ ବଡ ଆକାରର ଜୋରିମାନା ଦେବାକୁ ହୋଇଥାଏ ।

କହିରଖିବା ଉଚିତ ହେବକି ରଣବୀର ସିଂହଙ୍କ ଏହି ନୂଆ ଘର Oh Five Oh Media Works LLP ନାଁରେ କିଣାଯାଇଛି । ଷ୍ଟାମ୍ପ ଡ୍ୟୁଟି ବି ଏହି କମ୍ପାନୀ ପକ୍ଷରୁ ଭରା ଯାଇଛି । ଯାହାର ନିର୍ଦ୍ଦେଶକ ଅଛନ୍ତି ରଣବୀର ସିଂହ ଓ ତାଙ୍କ ବାପା ଜଗଜିତ ସୁନ୍ଦରସିଂହ । Oh Five Oh Media Works LLP ଏହି ଡ଼ିଲ ପାଇଁ ୭.୧୩ କୋଟି ଟଙ୍କା ଭରିଛନ୍ତି । ରଣବୀରଙ୍କ ଏହି ଘର ଏବେ ତିଆରି ଚାଲିଛି । ଏହି ସୁପର ପ୍ରିମିୟମ ରେସିଡେନ୍ସିଆଲ ଟାୱାର ୧୬ ତମ, ୧୭ତମ, ୧୮ତମ, ୧୯ ତମ ମହଲାରେ ଅବସ୍ଥିତ । ଏହାର ସମୁଦାୟ କାର୍ପେଟ ଏରିଆ ହେଉଛି ୧୧ ହଜାର ୨୬୮ ବର୍ଗ ଫୁଟର । ଏହା ସହ ରଣବୀରଙ୍କୁ ୧୩୦୦ ବର୍ଗ ଫୁଟର ଏକ ଏକସକଳୁଶିଭ ଟେରେସ ବି ମିଳିଛି । ବାନ୍ଦ୍ରାର ଏହି ଅଂଚଳ ଅଲିଶାନ ପ୍ରପର୍ଟି ପାଇଁ ପ୍ରସିଦ୍ଧିଲାଭ କରିଛି । ରଣବୀର ଓ ଦୀପିକାଙ୍କ ନୂଆ ଘରର ଗୋଟେ ପଟରେ ଶାହରୁଖ ଖାଁନଙ୍କ ବଙ୍ଗଳା ମାନ୍ନତ ଅବସ୍ଥିତ । କିଛି ବର୍ଷ ପୂର୍ବେ ଶାହରୁଖ ଏହି ଘରକୁ ୧୩ କୋଟି ଟଙ୍କାରେ କିଣିଥିଲେ । ଆଜି ଯାହାର ଦାମ ପାଖାପଖି ୩୫୦ କୋଟି ଟଙ୍କା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.