ଭାଇରାଲ ହେଉଛି ପୁଷ୍ପା ଫେମ ରଶ୍ମିକା ମନ୍ଦନାଙ୍କ ଫଟୋ ସୁଟ, ୱାର୍କ ଆଉଟ ସମୟର ଦୃଶ୍ୟ ଦେଖି ୟୁଜର୍ସ ଦେଉଛନ୍ତି ଏମିତି କମେଣ୍ଟ…..

ସାଉଥ ସିନେମା ଇଣ୍ଡଷ୍ଟ୍ରି ବା ଟଲିଉଡର ବିଉଟି କ୍ୱିନ ରଶ୍ମିକା ମନ୍ଦନାଙ୍କ କ୍ୟାରିୟର ଦିଗ ଭଲ ଗତିରେ ଚାଲିଛି । ନିଜ ସୌନ୍ଦର୍ଯ୍ୟ ଓ ଆକ୍ଟିଙ୍ଗ ସ୍କିଲକୁ ଲୋକଙ୍କ ହୃଦୟରେ ରାଜ କରୁଥିବା ଅଲ୍ଲୁ ଅର୍ଜୁନଙ୍କ “ପୁଷ୍ପା” ଫେମ ରଶ୍ମିକାଙ୍କର ନିଜ ଫିଟନେସ ପ୍ରତି ଅହେତୁକ ଦୁର୍ବଳତା ରହିଛି । ଯେବେକି ଆଜିକାଲି ରଶ୍ମିକାଙ୍କୁ ନେଇ ଆଉ ଏକ ଖବର ବି ସାମ୍ନାକୁ ଆସିଛି । ଏହି ଅଭିନେତ୍ରୀ ଜଣଙ୍କ ଫିଲ୍ମ “ଆନିମଲ”ରେ ଆକ୍ଟ୍ରେସ ପରିଣୀତିଙ୍କୁ ରିପ୍ଲେସ କରିଛନ୍ତି । ଏବେକା ସମୟରେ ରଶ୍ମିକାଙ୍କୁ ବ୍ୟାକ ଟୁ ବ୍ୟାକ ଅନେକ କାମ ମିଳୁଛି । ନିକଟରେ ଫିଲ୍ମ ପୁଷ୍ପାରେ ତାଙ୍କ ଅଜବ ଅଦାକାରି ଦେଖିବାକୁ ମିଳିଛି । ଆଉ ଏହି କାରଣରୁ ବୋଧହୁଏ ରଶ୍ମିକାଙ୍କୁ ନ୍ୟାସନାଲ କ୍ରସର ମାନ୍ୟତା ବି ଦିଆଯାଇଛି । ଆଉ ତାଙ୍କର ଏକ ଲାଟେଷ୍ଟ ଫଟୋ ସୁଟ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଫଟୋ ଗୁଡିକରେ ତାଙ୍କର ଏକ ପ୍ରକାର ଅଜବ ଅନ୍ଦାଜ ବି ଦେଖିବାକୁ ମିଳିଛି ।

 

ତାଙ୍କର ପ୍ରତିଟି ଫଟୋକୁ ଫ୍ୟାନ୍ସ ମାନେ ଭାଇରାଲ ବି କରୁଛନ୍ତି । କହିରଖିବା ଉଚିତ ହେବକି ତାଙ୍କ ଫଟୋ ସେୟାର କରିବା ସହିତ ଫ୍ୟାନ୍ସ ମାନେ ଏହା ବି କହୁଛନ୍ତିକି ନିଜ ଫଟୋ ସୁଟ ଜରିଆରେ ହିଁ ସେ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ହୃଦୟ ଜିଣି ନେଇଛନ୍ତି । କହିରଖୁଛୁକି ଆକଟ୍ରେସ ହ୍ୟାଲୋ ମାଗାଜିନ ପାଇଁ ଏକ ଫଟୋ ସୁଟ କରୁଛନ୍ତି । ନିଜର କିଛି ଫଟୋକୁ ସେ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ବି ସେୟାର କରିଛନ୍ତି । ଏହା ବ୍ୟତୀତ ରଶ୍ମିକାଙ୍କର ଭାଇରଲ ହେଉଥିବା ଏକ ଭିଡିଓରେ ତାଙ୍କୁ ହାର୍ଡକୋର ୱାର୍କ ଆଉଟ କରୁଥିବାର ମଧ୍ୟ ଦେଖାଯାଇଛି । ତାଙ୍କର ଏହି ୱାର୍କ ଆଉଟ ଭିଡିଓକୁ ଦେଖି ଫ୍ୟାନ୍ସ ମାନେ ବି ଏକ ପ୍ରକାର ବ୍ୟସ୍ତ ହୋଇ ଉଠିଛନ୍ତି । ଅନ୍ୟପକ୍ଷରେ ରଶ୍ମିକାଙ୍କ ନାଁ ଫିଟନେସ ଫ୍ରୀକ ଆକ୍ଟ୍ରେସ ଲିସ୍ଟରେ ବି ସାମିଲ ଅଛି ।

ନିଜ ଇନଷ୍ତ୍ରାଗ୍ରାମ ଆକାଉଣ୍ଟରେ ଜିମରେ ଖୁବ ୱର୍କ ଆଉଟ କରି ଝାଳ ବୁହାଉଥିବାର ଏକ ଭିଡିଓ ସେୟାର କରାଯାଇଛି । ରଶ୍ମିକାଙ୍କୁ ହାର୍ଡ କାର୍ଡିଓ, ସ୍କ୍ୱାଟସ, ଲୋକିକ, ହାର୍ଡ ଜମ୍ପ ପରି ଵର୍କ ଆଉଟ କରୁଥିବାର ମଧ୍ୟ ଦେଖାଯାଇଛି । ଭିଡିଓରେ ରଶ୍ମିକା ନିଜ ଜିମବିୟର ଲୁକରେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ଭିଡିଓଟିରେ ସେ ଏକ ଲାଇଟ ପିଙ୍କ ରଙ୍ଗର ଟି-ସାର୍ଟ ସହିତ ବ୍ଲାକ ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଯେବେକି ୟୁଜର୍ସ ମାନେ ଭିଡିଓଟିରେ ଲଭ ରିଆକ୍ଟ କରୁଥିବା ଦେଖାଯାଇଛି । ଏହି ଫଟୋରେ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି “ଖୁବ ସୁନ୍ଦର ଦେଖାଯାଉଛନ୍ତି” । ଯେବେକି ଜଣେ ୟୁଜର ଲେଖିଛନ୍ତିକି ଯେଉଁମାନେ ରଶ୍ମିକାଙ୍କୁ ଜଳୁଛନ୍ତି ସେମାନେ ଦୟାକରି ସାଇଡ ହୋଇ ଚାଲନ୍ତୁ । ଯେବେକି ଅନ୍ୟଜଣେ ଲେଖିଛନ୍ତିକି, ଆପଣ ମୋ ପାଇଁ ବିନା ଫିସ ଵାଲା ଥେରା ପିସ୍ଟ, ଆପଣଙ୍କ ହସ ହିଁ ମୋ ପାଇଁ କାଫି । କହିରଖୁଛୁକି ଫିଲ୍ମ “ଆନିମଲ”ରେ ରଣବୀର କପୁରଙ୍କ ସହିତ ପରିଣୀତି ଚୋପ୍ରାଙ୍କ ସ୍ଥାନରେ ରଶ୍ମିକା  ନଜର ଆସିବେ । ଏନେଇ ଫିଲ୍ମ ବି ସାଇନ କରିଦେଇଛନ୍ତି ଏହି ଅଭିନେତ୍ରୀ ଜଣଙ୍କ । ମେକର୍ସ ମାନେ ବି ରଶ୍ମିକାଙ୍କୁ ଖୁବ ପସନ୍ଦ କରୁଥିବା ଜଣାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.