‘ତାରକ ମେହେତା କା…’ରେ ବଦଳିଲେ ଅଞ୍ଜଲୀ, ଏବେ ଏହି ଅଭିନେତ୍ରୀ ହେବେ ମେହେତା ସାହେବଙ୍କ ପତ୍ନୀ

ଟିଭି ଇଣ୍ଡଷ୍ଟ୍ରୀର ସବୁଠୁ ଲୋକପ୍ରିୟ କମେଡି ଶୋ’ ତାରକ ମେହେତା କା ଉଲଟା ଚଷମାରେ ଦୁଇଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶୋ’ର ପ୍ରମୁଖ ଭମିକାରେ ଅଭିନୟ କରୁଥିବା ଅଞ୍ଜଲୀ ମେହେତା ଓ ସୋଢ଼ିଙ୍କ ଭୂମିକାରେ ଏବେ ନୂଆ ମୁହଁ ଦେଖିବାକୁ ମିଳିବ। ଏବେ ଯାଏଁ ଅଞ୍ଜଲୀ ଭୂମିକାରେ ଅଭିନୟ କରୁଥିବା ନେହା ମେହେତାଙ୍କ ସ୍ଥାନରେ ସୁନୟନା ଫୌଜଦାର ଅଭିନୟ କରିବାକୁ ଯାଉଛନ୍ତି।

taarak

ଅନ୍ୟପଟେ ଶୋ’ରେ ମଜାଳିକା ସର୍ଦ୍ଦାର ସୋଢ଼ିଙ୍କ ଭୂମିକାରେ ଅଭିନୟ କରୁଥିବା ଗୁରୁଚରଣ ସିଂହ ନିକଟରେ ଶୋ’ ଛାଡ଼ିଛନ୍ତି। ତାଙ୍କ ସ୍ଥାନରେ ବଲବିନ୍ଦର ସିଂହ ସୁରୀ ଏହି ଭୂମିକାରେ ଅଭିନୟ କରିବେ। ଶୋ’ରେ ଅଂଶଗ୍ରହଣ କରିବାକୁ ନେଇ ଉଭୟ ସୁନୟନା ଓ ବଲବିନ୍ଦର ଖୁସିବ୍ୟକ୍ତ କରିଛନ୍ତି। ସେମାନଙ୍କୁ ଏଭଳି ସୁଯୋଗ ଦେଇଥିବାରୁ ସେ ଶୋ’ର ନିର୍ମାତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

taarak2

ସୂଚନାଯୋଗ୍ୟ ଯେ କରୋନା ଲକ୍‌ଡାଉନ୍‌ ପରେ ଦୀର୍ଘ ଦିନ ଧରି ବନ୍ଦ ଥିବା ତାରକ ମେହେତା କା ଉଲ୍‌ଟା ଚଷମାର ପୁନଃପ୍ରସାରଣ ଆରମ୍ଭ ହୋଇଛି। ଜୁଲାଇ ୨୮ ତାରିଖରେ ଶୋ’କୁ ୧୨ ବର୍ଷ ପୂରିଛି। ଏତେ ବର୍ଷ ପରେ ବି ଶୋ’ର ଲୋକପ୍ରିୟତାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏବେ ବି ଶୋ’ର ରେଟିଂ ସବୁଠୁ ଉପରେ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.