ମୋ ସହ ଭେଟ ହେବା ପୂର୍ବରୁ ସୁଶାନ୍ତଙ୍କର ଡ୍ରଗ୍ସ ନେବା ଅଭ୍ୟାସ ଥିଲା : ରିୟା ଚକ୍ରବର୍ତ୍ତୀ

ସୁଶାନ୍ତ ମୁତ୍ୟୁ ମାମଲା ସହ ଉଠିଥିବା ଡ୍ରଗ୍ସ ଲିଙ୍କକୁ ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ଭାଇ ସୌଭିକଙ୍କୁ ଏନସିବି ପକ୍ଷରୁ ଗିରଫ କରାଯାଇଛି । ବର୍ତ୍ତମାନ ସମୟରେ ରିୟା ଜେଲରେ ଥିବା ବେଳେ ମୁକୁଳିବା ପାଇଁ ମୁମ୍ବାଇ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ହାଇକୋର୍ଟରେ ଦାୟର କରିଥିବା ଏହି ଆବେଦନ ପତ୍ରରେ ରିଆ ଦର୍ଶାଇଛନ୍ତିଯେ ସେ ଜଣେ ନିର୍ଦ୍ଦୋଷ । ଏନସିବି ପକ୍ଷରୁ ବାରମ୍ବାର ତାଙ୍କ ସମେତ ତାଙ୍କ ପରିବାର ଉପରେ ବିଭିନ୍ନ ପ୍ରକାର ଫଲସ ଚାର୍ଜ ମାନ ଲଗାଯାଉଛି । ନିଜ ଆବେଦନରେ ରିୟା ଏହା ମଧ୍ୟ ଦର୍ଶାଇଛନ୍ତିଯେ, ତାଙ୍କୁ ଏବେ ମାତ୍ର ୨୮ ବର୍ଷ ବୟସ । ଏନସିବି, ପୋଲିସ ଓ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ମାନଙ୍କ ତଦନ୍ତର ବାରମ୍ବାର ସାମ୍ନା କରିବାକୁ ପଡୁଛି । ଏହା ସହ ତାଙ୍କୁ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ଗୁଡିକର ଭିତ୍ତିହୀନ ପ୍ରଶ୍ନ ଗୁଡିକର ମଧ୍ୟ ସାମ୍ନା କରିବାକୁ ପଡୁଛି । ଯାହାକି ତାଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି । ଯଦି ଆହୁରି

ଅଧିକ ଦିନ ସେ ହାଜତରେ ରହିବେ ତେବେ ତାଙ୍କ ମାନସିକ ସ୍ଥିତି ବିଗିଡ଼ିଯିବାର ମଧ୍ୟ ସମ୍ଭାବନା ରହିଛି ବୋଲି କହିଛନ୍ତି ରିୟାଙ୍କ ଓକିଲ ସତୀଶ ମନସିନ୍ଦେ ।କହିରଖିବା ଉଚିତ ହେବକି, ସେପ୍ଟେମ୍ବର ୨୩ ତାରିଖ ଅର୍ଥାତ ବୁଧବାର ମୁମ୍ବାଇ ହାଇକୋର୍ଟର ଜଜ ସାରଙ୍ଗ କୋଟୱାଲଙ୍କ ଅଧୀନରେ ଗଠିତ ଏକ ଖଣ୍ଡପୀଠ ରିୟାଙ୍କ ଜାମିନ ଆବେଦନର ଶୁଣାଣି କରିବା ନେଇ ସ୍ଥିର ହୋଇଥିଲା । କିନ୍ତୁ ସହରରେ ଲାଗିରହିଥିବା ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି କାରଣରୁ ରିଆଙ୍କ ଜାମିନ ଆବେଦନର ଶୁଣାଣିକୁ ବୁଧବାର ସ୍ଥଗିତ ରଖାଯାଇଥିଲା । ଏହାର ଶୁଣାଣି ହୁଏତ ଆଜି ହୋଇପାରେ । ନିଜ ଜାମିନ ଆବେଦନରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ରିଆ । ତାଙ୍କ ଅନୁଯାୟୀ, ତାଙ୍କ ସହ ଭେଟ ହେବା ପୂର୍ବରୁ ହିଁ ସୁଶାନ୍ତଙ୍କର ଡ୍ରଗ୍ସ ନେବା ଅଭ୍ୟାସ ଥିଲା । ଏମିତିକି ଅଧିକାଂଶ ସମୟରେ ଗଂଜେଇ ଟାଣୁଥିଲେ ସୁଶାନ୍ତ । ଏମିତିକି ରିୟା ନିଜେ ଅନେକ ଥର ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣିଛନ୍ତି । କିନ୍ତୁ ଏହା ବ୍ୟତୀତ ଡ୍ରଗ୍ସ କାରବାର ସହିତ ତାଙ୍କର କୌଣସି ଲିଙ୍କ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.