ରିୟା ଚକ୍ରବର୍ତ୍ତୀ ! ଏମିତି ସୁଶାନ୍ତଙ୍କ ଜୀବନକୁ କରିଥିଲେ ଖିନଭିନ୍‌

ରିୟା ଚକ୍ରବର୍ତ୍ତୀ। ଆପଣମାନେ ହୁଏତ ୟାଙ୍କ ବିଷୟରେ ଏବେ ବହୁତ ଚର୍ଚ୍ଚା ଶୁଣୁଥିବେ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ରିୟା ବେଶ୍‌ ଚର୍ଚ୍ଚାରେ। ସୁଶାନ୍ତଙ୍କ ମୃତ୍ୟୁରେ ରିୟାଙ୍କ ହାତ ରହିଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ସିବିଆଇ ଏବଂ ଇଡି ରିୟାଙ୍କୁ ପଚରାଉଚରା କରୁଛି। ରିୟା ସୁଶାନ୍ତଙ୍କ ମୃତ୍ୟୁରେ ସଂପୃକ୍ତ ଅଛନ୍ତି କି ନାହିଁ, ତାହା ସିବିଆଇ ଯାଞ୍ଚ ପରେ ପ୍ରକୃତ ସତ ଜଣାପଡିବ।

ବଙ୍ଗଳା ପରିବାରରୁ ଜନ୍ମଗ୍ରହଣ କରି ୨୦୦୯ MTVରୁ କ୍ୟାରିଅର ଆରମ୍ଭ କରିଥିଲେ। ସେଥିରେ ଚାଲିଥିବା MTV India’s TVS Scooty Teen Diva ରେ ପ୍ରଥମ ରନର୍ସ ଅପ୍‌ ହୋଇଥିଲେ। ତା’ ପରେ ସେ VJ ପାଇଁ ସିଲେକ୍ଟ ହୋଇଥିଲେ। ବଲିଉଡରେ ୨୦୧୩ରେ ଫିଲ୍ମ ‘ମେରେ ଡାଡ୍‌ କି ମାରୁତି’ରେ କ୍ୟାରିଅର ଆରମ୍ଭ କରିଥିଲେ। ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ୨୦୧୨ରେ ତେଲୁଗୁ ଫିଲ୍ମ ‘ତୁନେଗା ତୁନେଗା’ ମଧ୍ୟ କରିଥିଲେ। ୨୦୧୪ରେ ଫିଲ୍ମ ‘ସୋନାଲୀ କେବଲ’ରେ ନଜର ଆସିବା ପରେ ଲୋକ ଲୋଚନକୁ ଆସିଥିଲେ ରିୟା । ତା’ ପରେ ୨୦୧୭ରେ ‘ ବ୍ୟାଙ୍କ ଚୋର’, ହାଫ ଗାର୍ଲଫ୍ରେଣ୍ଡ, ଦୋବାର: ସି ୟୁ ଇଭିଲ’ କେମିଓ ଭୂମିକାରେ ନଜର ଆସିଥିଲେ। ୨୦୧୮ରେ ବରୁନ ମିତ୍ରାଙ୍କ ଅପଜିଟରେ ଫିଲ୍ମ ‘ଜଲେବି’ରେ ମଧ୍ୟ ସେ ନଜର ଆସିଥିଲେ।

reah 1

ଗତ ଦୁଇବର୍ଷ ହେଲାଣି ରିୟା ଏବଂ ସୁଶାନ୍ତ ପ୍ରେମ ସମ୍ପର୍କରେ ରହିଥିଲେ। ଦୁହିଁଙ୍କୁ ଜିମ୍‌, ରେଷ୍ଟୁରାଣ୍ଟ, ବିଦେଶ ଯାତ୍ରା ଇତ୍ୟାଦି ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲା। କିନ୍ତୁ ରିୟା ଏବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଫସିଛନ୍ତି। ରିୟା କୁଆଡେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ କରିଛନ୍ତି। ସୁଶାନ୍ତଙ୍କୁ ମାରିବା ପାଇଁ ଓଭର ଡୋଜ ମେଡିସିନ ଦେଉଥିଲେ ରିୟା । ଗୁଣି ଗାରେଡି କରି ସୁଶାନ୍ତଙ୍କୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଁଥିଲେ ରିୟା। ପୂଜା କରିବା ନାଁରେ ଅନେକ ପଇସା ସୁଶାନ୍ତଙ୍କ ଆକାଉଣ୍ଟରୁ ଉଠାଇଛନ୍ତି ରିୟା। ତା’ ଛଡା କିଭଳି ସେ ତାଙ୍କ ଆଖ ପାଖରେ ସବୁ ଖର୍ଚ୍ଚର ହିସାବ କିତାବ ରଖୁଥିଲେ। ସୁଶାନ୍ତ କ’ଣ କରିବେ, କାହା ସହିତ ମିଶିବେ, କାହାକୁ କେତେ ପଇସା ଦେବେ ଏସବୁର କଥା ବୁଝୁଥିଲେ ରିୟା। ସୁଶାନ୍ତଙ୍କୁ ନିଜ ଅକ୍ତିଆରରେ ରଖୁଥିଲେ ବୋଲି ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ବୟାନ ଦେଇଛନ୍ତି।

4

କେବଳ ଏତିକି ନୁହେଁ, ସୁଶାନ୍ତଙ୍କୁ ପାଗଳ କରି ପାଗଳଖାନାକୁ ପହଞ୍ଚାଇବା ପାଇଁ ରିୟା ପ୍ଲାନ କରୁଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି। ରିୟା ଏତେ ବଡ ଷ୍ଟାର ନ ହୋଇ ମଧ୍ୟ ମୁମ୍ବାଇରେ ଦୁଇ ଦୁଇଟି ଫ୍ଲାଟର ମାଲିକାଣୀ କିଭଳି ହୋଇଥିଲେ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କେବଳ ସେତିକି ନୁହେଁ, ରିୟାଙ୍କ ଭାଇ ଶୋଭିକ ମଧ୍ୟ ସୁଶାନ୍ତଙ୍କ ୨ଟି କମ୍ପାନୀର ଡାଇରେକ୍ଟର ଥିଲେ।

3

ଏବେ ରିୟାଙ୍କୁ ସିବିଆଇ ଏବଂ ଇଡି ମିଶି ପଚରାଉଚରା କରିବା ସହ ତଦନ୍ତ ଚଳାଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ନେଇ ଇଡି ଅନେକ ପ୍ରଶ୍ନ କରିଥିଲା, ଯାହାର ଉତ୍ତର ଦେଇପାରିନଥିଲେ ରିୟା। ସୂଚନାଯୋଗ୍ୟ, ଜୁନ ୧୪ ତାରିଖରେ ସୁଶାନ୍ତଙ୍କ ମୃତଦେହ ମୁମ୍ବାଇ ସ୍ଥିତ ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସୁଶାନ୍ତଙ୍କ ଆତ୍ମହତ୍ୟାକୁ କେହି ସହଜରେ ଗ୍ରହଣ କରିପାରିନଥିଲେ।

555

ତା’ ପରେ ସୁଶାନ୍ତଙ୍କ ପରିବାର ପକ୍ଷରୁ ତାଙ୍କ ନାମରେ ମାମଲା ଦାଏର କରାଯାଇଥିଲା। ତା’ ପରେ ବିହାର ପୋଲିସ ଖୋଳତାଡ ଆରମ୍ଭ କରିଥିଲା। କିନ୍ତୁ ରିୟା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ କୌଣସି ପ୍ରକାର ସହଯୋଗ କରିନଥିଲେ। ତେଣୁ ତାଙ୍କ ପ୍ରତି ସନ୍ଦେହ ବଢିବାରେ ଲାଗିଥିଲା। ତା’ ପର ଠାରୁ ବିହାର ପୋଲିସ, ମୁମ୍ବାଇ ପୋଲିସ, ସିବିଆଇ ଏବଂ ଇଡି ଏହି ମାମଲାର ତଦନ୍ତ କରୁଛି। ଆଉ କିଛି ଦିନ ଭିତରେ ସବୁ ସତ ପଦାକୁ ଆସିଯିବ। ଯଦି ରିୟା ପ୍ରକୃତ ଦୋଷୀ ହୋଇଥାନ୍ତି, ତାହା ମଧ୍ୟ ସାମ୍ନାକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.