Below header

ନିଜ ବିବାହ ଦିନ ବେହୋସ୍ ହୋଇଯାଇଥିଲେ ଋଷି କପୁର ଏବଂ ନିତୁ ସିଂହ : ଜାଣିଛନ୍ତି କାହିଁକି ?

ବଲିଉଡର ଲୋକପ୍ରିୟ ଅଭିନେତା ଋଷି କପୁର ନିଜ ସିନେମା କ୍ୟାରିୟର୍ ମାତ୍ର ୧୮ ବର୍ଷ ବୟସରେ ଜଣେ ଚାଇଲ୍ଡ ଆକ୍ଟର ଭାବରେ ଆରମ୍ଭ କରିଥିଲେ । ନିଜ ବାପାଙ୍କ ଫିଲ୍ମ ମେରା ନାମ୍ ଜୋକରରେ ଋଷି ଜଣେ ବାଳ କଳାକାର ଭୂମିକାରେ ନଜର ଆସିଥିଲେ । କପୁର ଖାନଦାନର ଗେହ୍ଲା ଋଷି କପୁରଙ୍କ ଜନ୍ମ ୪ ସେପ୍ଟେମ୍ବର ୧୯୫୨ରେ ହୋଇଥିଲା । ସବୁବେଳ ନିଜ ଟୁଇଟକୁ ନେଇ ବିବାଦରେ ରହୁଥିବା ଋଷି ଆଜି ନିଜ ୬୬ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଆଜି ଆମେ ଜଣାଇବୁ ଋଷିଙ୍କୁ ନେଇ କିଛି ଖାସ୍ ଏବଂ ରୋଚକ କଥା ।

୧୯୭୩ରେ ଆସିଥିବା ସିନେମା ବବିରୁ ନାୟକ ଭାବରେ କ୍ୟାରିୟର୍ ଆରମ୍ଭ କରିଥିଲେ ଋଷି । ଏହି ସିନେମାରେ ତାଙ୍କ ବିପକ୍ଷରେ ଥିଲେ ଡିମ୍ପଲ୍ କପାଡିଆ । ତେବେ ରିଲରେ ପ୍ରେମ କରୁ କରୁ ରିୟଲରେ ଡିମ୍ପଲଙ୍କୁ ପ୍ରେମ କରି ବସିଲେ ଋଷି । କିନ୍ତୁ ବାପାଙ୍କ ଡରରେ ପ୍ରକାଶ କରିପାରିନଥିଲେ । ରାଜ କପୁର ତାଙ୍କୁ ଏମିତି କରିବାରୁ ମନା କରିଦେଇଥିଲେ । ଆଉ ଋଷି ବାପାଙ୍କ ବିରୋଧରେ ଯାଇପାରୁନଥିଲେ ।

ଏହା ସହ ପଢନ୍ତୁ : ସତ ନା ଗୁଜବ ? ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ

ଏହା ପରେ ୧୯୭୪ରେ ନିତୁ ସିଂହଙ୍କ ସହ ସିନେମା ଜେହେରିଲା ଇନସାନ୍ କରିଥିଲେ ଋଷି । ସୁଟିଂ ସେଟରେ ନିତୁଙ୍କୁ ଖୁବ୍ ଚିଡାଉଥିଲେ ଋଷି, ଯେଉଁଥିରେ ନିତୁ ଖୁବ୍ ବିରକ୍ତ ହୋଇଯାଉଥିଲେ । କିନ୍ତୁ ଉଭୟଙ୍କ ଏହି ଝଗଡା ଧୀରେ ଧୀରେ ପ୍ରେମର ରୂପ ନେଇଥିଲା । ଉଭୟ ପରସ୍ପରକୁ ଡେଟ୍ କରିବାକୁ ଲାଗିଲେ । ଧୀରେ ଧୀରେ ଉଭୟଙ୍କ ପ୍ରେମର ଚର୍ଚ୍ଚା ଚାରିଆଡେ ହେବାକୁ ଲାଗିଲା । ଏହି ଖବର ଶୁଣିବା ପରେ ଋଷିଙ୍କୁ ରାଜ କପୁର ସଫା ସଫା କହିଦେଇଥିଲେ ଯଦି ନିତୁଙ୍କୁ ପ୍ରେମ କରୁଛୁ ତେବେ ବିବାହ କର। ଏହା ପରେ ୧୯୭୯ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ତେବେ ବିବାହ ଦିନ ଏକ ମଜାଦାର ଘଟଣା ହୋଇଥିଲା । ବିବାହ ଦିନ ନିତୁ ଏବଂ ଋଷି ଉଭୟ ବେହୋସ୍ ହୋଇଯାଇଥିଲେ । ଘଟଣା ଥିଲା ଯେ ନିତୁ ନିଜ ଭାରି ଲେହେଙ୍ଗା ସମ୍ଭାଳିବା କାରଣରୁ ବେହୋସ୍ ହୋଇଯାଇଥିଲେ । ଆଉ ଋଷି କପୁର ନିଜ ଆଖ ପାଖରେ ଏତେ ଭିଡ ଦେଖି ବେହୋସ୍ ହୋଇଯାଇଥିଲେ । ଘୋଡା ଚଢିବା ପୂର୍ବରୁ ଋଷିଙ୍କ ମୁଣ୍ଡ ବୁଲାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.