Below header

ରାଜ୍ୟପାଳଙ୍କ ମହାନୁଭବତା

ଭୁବନେଶ୍ବର (କେନ୍ୟୁଜ) : ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଦୁଇ ଦୁଇଟି ରୌପ୍ୟ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଥିବା ସୁନାଝିଅ ଦୂତି ଚାନ୍ଦଙ୍କୁ ଗତକାଲି ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଭୁବନେଶ୍ବରରେ ଆୟୋଜିତ ଏହି ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଦୂତିଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଇଚ୍ଛାଶକ୍ତି ଓ ଆତ୍ମସଂଯମ ରଖିଲେ ସଂକଳ୍ପ ସିଦ୍ଧି ପାଲଟି ଯାଏ ବୋଲି କହିଥିଲେ । ଦୂତି ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମଞ୍ଚ ଉପରେ ନିଜର ବକ୍ତବ୍ୟ ବେଳେ କହିଥିଲେ ରାଜ୍ୟପାଳ । ହେଲେ କାର୍ଯ୍ୟକ୍ରମ ଶେଷରେ ନିଜେ ତଳକୁ ଓହ୍ଲାଇ ରାଜ୍ୟପାଳ ଅତି ଆଦର ଓ ଆନନ୍ଦରେ କୁଣ୍ଢାଇ ପକାଇଥିଲେ ଦୂତିଙ୍କ ବାପାଙ୍କୁ । ସାବାସୀ ଦେଇଥିଲେ ଏଭଳି ଜଣେ ମହାନ୍ କ୍ରୀଡ଼ାବିତଙ୍କୁ ଜନ୍ମ ଦେଇଥିବାରୁ । ଉଭୟ ମା ବାପାଙ୍କୁ ବଧେଇ ଜଣାଇଥିଲେ । ସେଇ ମୁହୂର୍ତ୍ତଟି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ପାଇଁ ଥିଲା ଅତ୍ୟନ୍ତ ଭାବବିହ୍ବଳପୂର୍ଣ୍ଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.