Below header

ଜାଣନ୍ତି କି କେମିତି ଆବିଷ୍କାର ହୋଇଥିଲା ଟିଭି ରିମୋଟ୍ ? କିଏ ଦେଇଛି ଦର୍ଶକଙ୍କ ହାତରେ ଅନେକ କ୍ଷମତା

ଯଦି ଆପଣ ଟିଭି ଦେଖୁଥିବା ସମୟରେ କୌଣସି ଚ୍ୟାନେଲ୍ ପସନ୍ଦ ଆସେ ନାହିଁ ତେବେ ତୁରନ୍ତ ରିମୋଟରେ ଚ୍ୟାନେଲ୍ ବନ୍ଦ କରିଦେଉ । ସେହିପରି ବିଜ୍ଞାପନ ଆସିଲେ ସଙ୍ଗେ ସଙ୍ଗେ ମ୍ୟୁଟ୍ କରିଦେଉ । ଟିଭିରେ ଯାହା ଆସେ ତାକୁ ଦେଖିବା ନ ଦେଖିବା, ଶୁଣିବା ନ ଶୁଣିବା ଏହାର ନିଷ୍ପତ୍ତି ଦର୍ଶକଙ୍କ ହାତରେ ଥାଏ । ନିଜର ପସନ୍ଦ ନାପସନ୍ଦ ଦର୍ଶକ ଟିଭି ରିମୋଟ ଜରିଆରେ ସହଜରେ ଜାହିର କରିଥାନ୍ତି ।
କିନ୍ତୁ ଦର୍ଶକଙ୍କ ହାତରେ ଏହି କ୍ଷମତା ଅର୍ଥାତ୍ ରିମୋଟ୍ ଦେଲା କିଏ । କଣ ଆପଣଙ୍କୁ ଜଣା ଅଛି ଟିଭି ରିମୋଟର ଆବିଷ୍କାର କେମିତି ହୋଇଥିଲା ।

ଏହାର ଆରମ୍ଭ ଏକ ଚ୍ୟାଲେଂଜ୍ ଭାବରେ ହୋଇଥିଲା । ୧୯୫୦ ଦଶକରେ ଆମେରିକା ଇଲେକଟ୍ରୋନିକ୍ସ କମ୍ପାନୀ ଜେନିଥର ମୁଖ୍ୟ ୟୁଜିନ୍ ଏଫ୍ ମାକଡୋନାଲ୍ଡ କମ୍ପାନୀର ଇଞ୍ଜିନିୟରମାନଙ୍କୁ ଏକ ଚ୍ୟାଲେଂଜ୍ ଦେଇଥିଲେ । ଏହାର କାରଣ ଥିଲା ଟିଭିରେ ବିଜ୍ଞାପନ ଆସିଲେ ୟୁଜିନଙ୍କୁ ବିରକ୍ତ ହେଉଥିଲେ । ଆଉ ଏହି ସମୟରେ ଚ୍ୟାନେଲ୍ ବଦଳାଇବାକୁ ହେଲେ ବାରମ୍ବାର ଉଠି ଯିବାକୁ ପଡୁଥିଲା । ଯାହା ଖୁବ୍ ବିରକ୍ତ କରୁଥିଲା ୟୁଜିନଙ୍କୁ । ତେଣୁ ୟୁଜିନ୍ ନିଜ କମ୍ପାନୀର ଇଞ୍ଜିନିୟରମାନଙ୍କୁ କହିଥିଲେ ଏମିତି ଏକ ଯନ୍ତ୍ର ତିଆରି କରିବାକୁ ଯେଉଁଥିରେ ଦୂରରେ ବସି ହିଁ ଟଭିର ଚ୍ୟାନେଲ୍ ବଦଳା ଯାଇପାରିବ । କିମ୍ବା ବିଜ୍ଞାପନ ଆସିଲେ ଟିଭିକୁ ମ୍ୟୁଟ୍ କରାଯାଇପାରିବ ।

ଏହା ସହ ପଢନ୍ତୁ ଏଠାରେ ଆଜି ବି ରାଧାଙ୍କ ସହ କୃଷ୍ଣ କରନ୍ତି ରାସଲୀଳା : ସଂଧ୍ୟା ହେଲେ ନା ଖୋଲେ ଝରକା ନା କେହି କରନ୍ତି ଦର୍ଶନ

ୟୁଜିନଙ୍କ ଏହି ଇଛା ନା କେବଳ ଟିଭି ରିମୋଟକୁ ଜନ୍ମ ଦେଇଥିଲା ବରଂ ଆଣିଥିଲା ଏକ ବିପ୍ଳବ । ଏହା ପରେ ଦର୍ଶକ କେବଳ ଦର୍ଶକ ହୋଇରହିଲେ ନାହିଁ ବନିଗଲେ ମାଲିକ । ଯଦି କୌଣସି ଚ୍ୟାନେଲ୍ ପସନ୍ଦ ଆସିଲାନି ତେବେ ଗୋଟିଏ ବଟନରେ ବଦଳାଇ ପାରିବେ ଚ୍ୟାନେଲ୍ । ଶବ୍ଦ କରୁଥିବା ବିଜ୍ଞାପନର ମୁହଁ ବନ୍ଦ କରିପାରିବେ ।

ୟୁଜିନଙ୍କ ଜେନିଥ୍ କମ୍ପାନୀ ଯେଉଁ ଯନ୍ତ୍ର ତିଆରି କରିଥିଲେ ତାକୁ ରିମୋଟ୍ ନୁହେଁ ଫ୍ଲେସମେଟିକ୍ କୁହାଯାଉଥିଲା । ଏହାକୁ ତାଙ୍କ ଇଞ୍ଜିନିୟର ୟୁଜିନ୍ ପୋଲ୍ ତିଆରି କରିଥିଲେ । ଫ୍ଲେସମେଟିକ କୁ ୧୯୫୫ରେ ବଜାରକୁ ଛଡାଯାଇଥିଲା । ଏହି ଫ୍ଲେସମେଟିକ୍ ପୂର୍ବରୁ ଟିଭିରେ ଚ୍ୟାନେଲ୍ ବଦଳାଇବା ପାଇଁ ଯନ୍ତ୍ର ଥିଲା । କିନ୍ତୁ ତାକୁ ଟିଭି ସହ ଯୋଡିବାକୁ ପଡୁଥିଲା । ଏହି ଯନ୍ତ୍ରମାନଙ୍କ ମଧ୍ୟରୁ ସବୁଠାରୁ ଲୋକପ୍ରିୟ ଥିଲା ସେହି ଜେନିଥ୍ କମ୍ପାନୀର ଲେଜି ବୋନ୍ସ ନାମକ ମେସିନ୍ । ଏହି ମେସିନ୍ ମାଧ୍ୟମରେ ଟିଭିକୁ ଅନ୍ ଅଫ୍ କରାଯାଇପାରୁଥିଲା । କିନ୍ତୁ ବିଜ୍ଞାପନ ଆସିଲେ ଶବ୍ଦକୁ ବନ୍ଦ କରାଯାଇପାରୁନଥିଲା ।

କିନ୍ତୁ ନୁଆ ମେସିନ୍ ଥିଲା ଟିଭି ମୁକ୍ତି । ଏହା ସେନ୍ସର ମାଧ୍ୟମରେ ଟିଭିର ଏକ ଖାସ୍ ସ୍ଥାନରେ ରଶ୍ମି ପକାଉଥିଲା ଯାହା ଦ୍ବାରା ଟିଭିର ଚ୍ୟାନେଲ୍ ବଦଳିଯାଉଥିଲା । କିନ୍ତୁ ଏହି ଫ୍ଲେସମେଟିକର ଏକ ସମସ୍ୟା ମଧ୍ୟ ଥିଲା । ଏହା ଟିଭିର ଚାରିପଟେ ରଶ୍ମି ପକାଇ ଚ୍ୟାନେଲ୍ ବଦଳାଉଥିଲା । କିନ୍ତୁ ଅନେକ ଘରେ ଟିଭି ଏମିତି ସ୍ଥାନରେ ରହୁଥିଲା ଯେଉଁଠାରେ ସୂର୍ୟ୍ୟଙ୍କ ରଶ୍ମି ପଡୁଥିଲା । ଏମିତି ଅନେକ ସମୟରେ ବନ୍ଦ ଥିବା ଟିଭି ହଠାତ୍ ଚାଲୁଥିଲା ନଚେତ୍ ଚାଲୁଥିବା ଟିଭି ହଠାତ୍ ବନ୍ଦ ହୋଇଯାଉଥିଲା । ଏହା ସହ ଫ୍ଲେସମେଟିକର ମୂଲ୍ୟ ମଧ୍ୟ ଅଧିକ ଥିଲା । ସେ ସମୟରେ ଆମେରିକାରେ ଭଲ ଟିଭିର ମୂଲ୍ୟ ୬୦୦ ଡଲାର୍ ଆସୁଥିବା ବେଳେ ଫ୍ଲେସମେଟିକର ପାଇଁ ଦେବାକୁ ପଡୁଥିଲା ୧୦୦ ଡଲାର୍ ।

ଏହା ସହ ପଢନ୍ତୁ : ଆଦର୍ଶ ବୋହୂ ହେବାକୁ ଚାହୁଁଛନ୍ତି କି ? ଏବେ ଆଇଆଇଟି ବିଏଚୟୁରେ ଦିଆଯାଉଛି ଟ୍ରେନିଂ

ଏହି କାରଣରୁ ଫ୍ଲେସମେଟିକର ଡିଜାଇନରେ ପରିବର୍ତ୍ତନ କରାଗଲା । ଆଉ ଏଥର ଦାୟିତ୍ବ ମିଳିଥିଲା ଜେନିଥର ଇଲେକଟ୍ରିକାଲ୍ ଇଞ୍ଜିନିୟର୍ ରୋବର୍ଟ ଆଡଲରଙ୍କୁ । ଆଡଲର ଯେଉଁ ଆବିସ୍କାର କରିଥିଲେ ତାହା ରଶ୍ମି ଦ୍ବାରା ରିମୋଟ୍ ଚଳାଇବା ଉପାୟକୁ ଶେଷ କରିଦେଲା । ସେ ଟିଭି ସେଟ୍ ଏବଂ ରିମୋଟ୍ ମଧ୍ୟରେ ସମ୍ପର୍କ ବନାଇବା ପାଇଁ ରେଡିଓ ତରଙ୍ଗର ସାହାଯ୍ୟ ନେଇଥିଲେ । କିନ୍ତୁ ରେଡିଓ ତରଙ୍ଗ ଏତେ ଶକ୍ତିଶାଳୀ ଥିଲା ଯେ ନିଜ ଟିଭିର ଚ୍ୟାନେଲ୍ ପରିବର୍ତ୍ତନ କଲେ ପୁରା ବିଲଡିଂର ଟିଭି ଚ୍ୟାନେଲ୍ ବଦଳି ଯାଉଥିଲା । ଏହା ପରେ ଶବ୍ଦ ମାଧ୍ୟମରେ ଟିଭି ଚ୍ୟାନେଲ୍ ବଦଳାଉଥିବା ରିମୋଟ ତିଆରି କଲେ । ଯାହାର ନାମ ଥିଲା ସ୍ପେସ୍ କମାଣ୍ଡ ।

ସ୍ପେସ୍ କମାଣ୍ଡରେ କେବଳ ୪ଟି ବଟନ୍ ଥିଲା । ଏହି ରିମୋଟକୁ ୧୯୮୦ ଦଶକରେ ବ୍ୟବହାର କରାଯାଉଥିଲା । ଏଥିରେ ରେଡିଓ ଫ୍ରିକ୍ବେନ୍ସି ବ୍ୟବହାର କରାଯାଇଥିଲା । ଯାହାକୁ ମଣିଷ ଶୁଣିପାରୁନଥିଲେ କିନ୍ତୁ ଘରେ ଥିବା କୁକୁର ବିଲେଇ ଶୁଣିପାରୁଥିଲେ । ଏକ ଗୁଜବ ହୋଇଥିଲା ଯେ ଲ୍ୟାବରେ ପରୀକ୍ଷଣ ସମୟରେ ରିମୋଟର ବଟନ ଦବାଇବା ଦ୍ବାରା ଜଣେ ମହିଳା ଅଦଭୂତ ପ୍ରକାର ବ୍ୟବହାର କରିବାକୁ ଲାଗିଥିଲେ ।

୧୯୭୦ ଦଶକରେ ଟିଭି ରିମୋଟରେ ଅଳ୍ପ କିଛି ବଟନ୍ ରହୁଥିଲା । ଅଧିକ ବଟନର ଆବଶ୍ୟକତା ବିବିସି ଆରମ୍ଭ କରିଥିଲା । ବିଭିନ୍ନ ପ୍ରକାର ସୂଚନା ଦେଉଥିବାରୁ ନମ୍ବର ଥିବା କିପ୍ୟାଡ୍ ବାଲା ରିମୋଟର ଡିମାଣ୍ଡ ହେଲା । ଏହାପରେ ଆଜିର ସମୟର ରିମୋଟ୍ ଆବଷ୍କାର ହେଲା । ଯେଉଁଥିରେ ଇନଫ୍ରାରେଡ୍ କିରଣ ଜରିଆରେ ରିମୋଟରେ ଟିଭିକୁ ଚଲାଯାଇପାରିବ । ଏହା ସହ ଟିଭିକୁ ଅନେକ ପ୍ରକାର ନିର୍ଦ୍ଦେଶ ମଧ୍ୟ ଦିଆଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.