ଘଟଗାଁ : ରକ୍ତ ଚିହ୍ନିଲାନି ରକ୍ତର ସମ୍ପର୍କ, ସାନ ଭାଇ ନେଲା ବଡ ଭାଇର ଜୀବନ

ଘଟଗାଁ (କେନ୍ୟୁଜ୍) : ରକ୍ତ ଚିହ୍ନିଲାନି ରକ୍ତର ସମ୍ପର୍କ। ସାନ ଭାଇ ନେଲା ବଡ ଭାଇର ଜୀବନ। କେନ୍ଦୁଝର ପାଟଣାଥାନା ଗଳଫୁଲା ଗାଁରେ ସାମାନ୍ୟ ବଚସାରୁ ଏହି ହତ୍ୟାକାଣ୍ଡ ଘଟିଛି। କମାରଶାଳକୁ ନେଇ ସାନ ଭାଇ ନରହରି କମାର ଓ ବଡଭାଇ ନୀଳାମ୍ବର କମାରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

murder ଏଥିରେ ଉତକ୍ଷିପ୍ତ ହୋଇ ନରହରି ଏକ ଶଣ୍ଡୁଆସିରେ ନୀଳାମ୍ବରଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଗାଁରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ଅଭିଯୁକ୍ତକୁ ପାଟଣା ଥାନାରେ ଅଟକ ରଖି ତଦନ୍ତ କରୁଛି।