ରକ୍ ଏନ୍ ରୋଲ କୁଇନ ଟିନା ଟର୍ନରଙ୍କ ପରଲୋକ, ବନାରସ ଆସି ଆଲବମ୍ ସୁଟିଂ ପାଇଁ ଖୋଜିଥିଲେ ଲୋକେସନ
ରକ୍ ଏନ୍ ରୋଲ କୁଇନ ଏବଂ ୮ ଗ୍ରାମୀ ପୁରସ୍କାର ବିଜେତା ଟିନା ଟର୍ନରଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ତାଙ୍କ ନିଧନରେ ସମସ୍ତ ସଂଗୀତ ପ୍ରେମୀ ଶୋରେ ରହିଛନ୍ତି ।
ରକ୍ ଏନ୍ ରୋଲ କୁଇନ ଏବଂ ୮ ଗ୍ରାମୀ ପୁରସ୍କାର ବିଜେତା ଟିନା ଟର୍ନରଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଶେଷରେ ଜୁରିକରେ ଥିବା ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ନିଧନରେ ସମସ୍ତ ସଂଗୀତ ପ୍ରେମୀ ଶୋରେ ରହିଛନ୍ତି । ଟିନା ଟର୍ନର ୨୦୦୪ରେ କାଶୀ ଭ୍ରମଣ କରିବାକୁ ଆସିଥିଲେ ।
କଳାପ୍ରକାଶର ଅଧ୍ୟକ୍ଷ ଅଶୋକ କପୁର କହିଛନ୍ତି ୨୦୦୪ରେ ୯ରୁ ୧୧ ଫେବୃଆରୀ ପର୍ଯ୍ୟନ୍ତ ବନାରସରେ ରହିଥିଲେ ଟିନା । ଏହି ସମୟରେ ଦ ଗଡେସ ଫିଲ୍ମ ଛଡା ନିଜର ଏକ ଆଲବମ ସୁଟିଂ କରିବାକୁ ଲୋକେସନ ଖୋଜୁଥିଲେ । ଏହା ଟିନାଙ୍କର ପ୍ରଥମ ଏବଂ ଶେଷ ବନାରସ ଭ୍ରମଣ ରହିଥିଲା । ଏହାପରେ ସେ କେବେ ବି ବନାରସ ଆସିନାହାନ୍ତି ।
It is with great sadness that we announce the passing of Tina Turner. With her music and boundless passion for life, she enchanted fans worldwide and inspired future stars. We say goodbye to a dear friend who leaves us her greatest work; her music. Tina, we will miss you dearly. pic.twitter.com/8SihpxMe14
— TinaTurner (@tinaturner) May 24, 2023
ତେବେ ତାଙ୍କ ଲୋକପ୍ରିୟତା ଦେଖି ଟିନାଙ୍କ ଆସିବା ଏବଂ ଯିବା ସମୟକୁ ଗୁପ୍ତ ରଖାଯାଇଥିଲା । ଏହା ସତ୍ତ୍ୱେ ମଧ୍ୟ ଲୋକଙ୍କୁ ସେ ବନାରସ ଆସିବା ଖବର ଜଣାପଡିଯାଇଥିଲା । ତେଣୁ ଲୋକେ ତାଙ୍କୁ ସାକ୍ଷାତ କରିବା ପାଇଁ ବିବ୍ରତ ହୋଇପଡିଥିଲେ ।
ଏହି ସମୟରେ ଟିନା ଗଙ୍ଗାରେ ନୌକା ବିହାର କରିବା ସହିତ ରାମନଗର କିଲା ଭ୍ରମଣ କରିଥିଲେ । ତାଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ପ୍ରଭାବିତ କରିପାରୁଥିଲା । ତାଙ୍କ ନିଧନ ସଂଗତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।