ଇମ୍ରାନ ଖାନଙ୍କ ପାର୍ଟିରୁ ଇସ୍ତଫା ଦେଲେ ମଲୀକା ବୁଖାରୀ, ଗତ ୨୪ ଘଣ୍ଟାରେ ୩ ନେତା ଛାଡିଲେଣି ଇମ୍ରାନଙ୍କ ହାତ

ଜେଲରୁ ମୁକୁଳିବା ପରେ ଇମ୍ରାନଙ୍କ ହାତ ଛାଡିଲେ ମହିଳା ନେତ୍ରୀ ମଲୀକା ବୁଖାରୀ । ଇମ୍ରାନଙ୍କ ପାର୍ଟି ପିଟିଆଇରୁ ଇସ୍ତଫା ଦେଲେ ଇସ୍ତଫା ।

ପାକିସ୍ତାନ ତେହରିକ-ଏ-ଇନସାଫ ବା ପିଟିଆଇ ଛାଡିଲେ ମଲୀକା ବୁଖାରୀ । ଇମ୍ରାନଙ୍କ ପାର୍ଟିରେ ମଲୀକା ଥିଲେ ସବୁଠୁ ଶକ୍ତିଶାଳୀ ମହିଳା ନେତ୍ରୀ । କେବଳ ମଲୀକା ନୁହେଁ ବରଂ ପାର୍ଟିରୁ ୩ ଜଣ ନେତା ପାର୍ଟି ଛାଡିଛନ୍ତି । ୯ ମଇରେ ହୋଇଥିବା ଦଙ୍ଗା ପରେ ଅନେକ ନେତା ପାର୍ଟି ଛାଡିସାରିଛନ୍ତି ।

ମଲୀକା ବୁଖାରୀ ଇସଲାମବାଦରେ ଏକ ପ୍ରେସ କନଫରରେନ୍ସ କରି କହିଛନ୍ତି, ମୁଁ ୯ ମଇରେ ହୋଇଥିବା ଘଟଣାକୁ ନିନ୍ଦା କରୁଛି । ପ୍ରତି ପାକିସ୍ତାନ ପାଇଁ ୯ ମଇରେ ହୋଇଥିବା ଘଟଣା ବହୁତ ଯନ୍ତ୍ରଣାଦାୟକ । ମୁଁ କୌଣସି ଚାପରେ କିମ୍ବା ଅନ୍ୟ କାହା କଥାରେ ଏଭଳି ନିଷ୍ପତ୍ତି ନେଉନାହିଁ । ନିଜ ଇଚ୍ଛାରେ ପାର୍ଟି ଛାଡୁଛି ।

ମୁଁ ଜଣେ ଓକିଲ ଭାବେ ପାକିସ୍ତାନରେ ମୋର କର୍ତ୍ତବ୍ୟ ନିର୍ବାହ କରିବାକୁ ଚାହୁଁଛି । ନିଜ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛି । ତେବେ ମଲୀକା ବୁଖାରୀ ଅଡିୟାଲା ଜେଲରୁ ମୁକୁଳିବାର କିଛି ସମୟ ପରେ ପାର୍ଟି ଛାଡିଥିଲେ ।

ସୂଚନାଯୋଗ୍ୟ, ଇମ୍ରାନଙ୍କ ପାର୍ଟି କର୍ମୀ, ନେତା ଓ ସମର୍ଥକ ମିଳିତ ଭାବରେ ପାକିସ୍ତାନ ସେନା, ପୋଲିସ ଓ ସରକାରୀ ବିଲଡିଂ ଉପରେ ହମଲା କରିଥିଲେ । ଇମ୍ରାନଙ୍କ ଗିରଫ ପରେ ଜଳିଥିଲା ସାରା ପାକିସ୍ତାନ । ବିଭିନ୍ନ ସହରରେ ବ୍ୟାପକ ହିଂସାକାଣ୍ଡ ଓ ପୋଡାଜଳା ହୋଇଥିଲା । ଗୋଟିଏ ସହରରୁ ଅନ୍ୟ ସହରକୁ ବ୍ୟାପିଥିଲା ଦଙ୍ଗା । ଇମ୍ରାନଙ୍କ ଗିରଫଦାରୀ ଯୋଗୁ ସାରା ଦେଶରେ ଅରାଜକତା ପରିବେଶ ସୃଷ୍ଟି ହୋଇଥିଲା । ସେନା ଉପରେ ମଧ୍ୟ ହୋଇଥିଲା ଆକ୍ରମଣ । ତେଣୁ ଏଭଳି ରାଜନୈତିକ ଦଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସରକାର ବିଚାରବିମର୍ଶ କରୁଥିବା ଖବର ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.