Below header

ମହାକାଶରେ ସୁଟିଂ କରିବାକୁ ସ୍ପେସ୍‌ ଷ୍ଟେସନ୍‌ ଅଭିମୁଖେ ଯାତ୍ରା କଲେ ରୁଷିଆର କଳାକାର, ୧୨ ଦିନ ଚାଲିବ ସୁଟିଂ

ମହାକାଶରେ ସୁଟିଂ ହେବାକୁ ଯାଉଛି ଫିଲ୍ମ। ରୁଷର ନିର୍ଦ୍ଦେଶକ କ୍ଲିମ୍‌ ସିପେନ୍‌କୋ ଏହି ଅବିଶ୍ୱସନୀୟ କାର୍ଯ୍ୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏବେ ଯାଏଁ ଆମେ ମହାକାଶ ସମ୍ବନ୍ଧୀୟ ଅନେକ ଫିଲ୍ମ ଦେଖିଥିଲେ ମଧ୍ୟ ଏହି ଫିଲ୍ମ କିନ୍ତୁ ସତସତିକା ମହାକାଶରେ ହିଁ ସୁଟିଂ ହେବ। କ୍ଲିମ୍‌ ନିଜ ଆଗାମୀ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ସୁଟିଂ ପାଇଁ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍‌ରେ ପହଞ୍ଚିଛନ୍ତି। ତାଙ୍କ ସହ ରୁଷୀୟ ଅଭିନେତ୍ରୀ ୟୁଲିୟା ପେରସିଲ୍ଡ ଓ ମହାକାଶଚାରୀ ଏଣ୍ଟୋନ୍‌ ସ୍କାପ୍ଲେରୋବ ମଧ୍ୟ ସୁଟିଂ କରିବା ପାଇଁ ସ୍ପେସ୍‌ ଷ୍ଟେସନ୍‌ ପାଇଁ ବାହାରିସାରିଲେଣି।


ଏହି ୩ ଜଣ ଭାରତୀୟ ସମୟାନୁସାରେ ଅପରାହ୍ନ ୨.୨୫ ଟାରେ କଜାଖସ୍ତାନ୍‌ର ବେକୋନୁର କୋସ୍ମୋଡ୍ରୋମ୍‌ରୁ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍‌ରୁ ଉଡ଼ାଣ ଭରିଛନ୍ତି ଓ କିଛି ଘଣ୍ଟା ପରେ ସଫଳତାପୂର୍ବକ ସ୍ପେସ୍‌ ଷ୍ଟେସନ୍‌ରେ ପହଞ୍ଚିଛନ୍ତି।


ସୂଚନାଯୋଗ୍ୟ ଯେ ଏହି ଫିଲ୍ମର ସୁଟିଂ ୧୨ ଦିନ ଯାଏଁ ମହାକାଶରେ ଚାଲିବ। ସ୍ପେସ୍‌ରେ ସୁଟିଂ ସମ୍ବନ୍ଧୀୟ ଟ୍ରେନିଂ ଫିଲ୍ମର ଟିମ୍‌କୁ ଦିଆଯାଇଛି। ରିପୋର୍ଟ ମୁତାବକ, ଫିଲ୍ମର ଟିମ୍‌ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍‌ରେ ପାଖାପାଖି ୪୦ ମିନିଟ୍‌ ଯାଏଁ ଏକ ସିକ୍ୱେନ୍ସର ସୁଟିଂ କରିବେ। ଫିଲ୍ମର କାହାଣୀ ଜଣେ ମହିଳା ଡାକ୍ତରଙ୍କ ଉପରେ ଆଧାରିତ, ଯିଏ ଜଣେ ମହାକାଶଚାରୀଙ୍କ ଜୀବନ ବଞ୍ଚାଇବା ପାଇଁ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍‌କୁ ଯାଉଛନ୍ତି ଓ ତାଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଆଣିବା ପାଇଁ ନିଜ ଜୀବନକୁ ବିପଦରେ ପକାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.