Below header

ପୁଣି ବଙ୍ଗୋପସାଗରେ ଦାନା ବାନ୍ଧୁଛି ଲଘୁଚାପ, ଆସନ୍ତା ସପ୍ତାହରେ ଅବପାତରେ ପରିଣତ ହେବାର ଆଶଙ୍କା

କେନ୍ୟୁଜ୍(ବ୍ୟୁରୋ): ପୁଣି ବଙ୍ଗୋପସାଗରେ ଲଘୁଚାପ । ବରିଷ୍ଠ ପାଣିପାଗ ବିଜ୍ଞାନୀ ତଥା ଘରୋଇ ପାଣିପାଗ ସଂସ୍ଥା ଆକ୍ୟୁ ୱେଦରର ଆନ୍ତର୍ଜାତୀୟ ଫୋରକାଷ୍ଟିଂ ମ୍ୟାନେଜର ଜ୍ୟାସନ ନିକଲସ୍‌ଙ୍କ ଆକଳନ ଅନୁସାରେ ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଆଣ୍ଡାମାନ ନିକଟରେ ଲଘୁଚାପ ସୃଷ୍ଟି ହେବ । ଏହା କ୍ରମଶଃ ଅବପାତରେ ପରିଣତ ହେବ ।

ପରେ ବାତ୍ୟାର ରୂପ ନେଇ ପୂର୍ବ ଭାରତ ଆଡକୁ ମୁହାଁଇବ । ତେବେ ଏହା କେଉଁ ଆଡେ ମୁହାଁଇବ ସେ ନେଇ କୌଣସି ସ୍ୱଷ୍ଟ ସୂଚନା ମିଳି ନାହିଁ । ଆମେରିକା GFS ମଡେଲ ଅନୁସାରେ ଏହା ବାତ୍ୟାର ରୁପ ନେଇାପାରେ । ତେବେ ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.