Below header

BSNL ଫ୍ରିରେ ଦେଉଛି 4G ସିମ୍‌ କାର୍ଡ, ଜାଣନ୍ତୁ କେଉଁଠୁ ପାଇବେ ଏହି ସିମ୍‌

ନୂଆଦିଲ୍ଳୀ : ବିଏସ୍‌ଏନଏଲ୍‌ ନିଜର ଗ୍ରାହାକ ଓ ଅନ୍ୟ ଅପରେଟଟଙ୍କ ଠାରୁ ପୋର୍ଟ କରୁଥିବା ଗ୍ରାହକଙ୍କୁ ଫ୍ରିରେ 4G ସିମ୍‌ କାର୍ଡ ଦେଉଛି । ଏବେ ଏହି ଅଫର କେବଳ କେରଳରେ ଚାଲୁଛି । ହେଲେ ଆଗାମୀ ଦିନରେ ସବୁ ସର୍କଲରେ ଏହି ଅଫର ଉପଲବ୍ଧ ହେବ ।

ଦେଶର ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀକୁ ଟକ୍କର ଦେବା ପାଇଁ ସରକାରୀ ଟେଲିକମ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ନିଜର ଗ୍ରାହକଙ୍କୁ ପାର୍ବଣ ଋତୁ ପୂର୍ବରୁ ଏହି ପୁରସ୍କାର ଦେଉଛି । ଏହି ଅଫର ୩୧ ଡିସେମ୍ବର ୨୦୨୧ ଯାଏ ଜାରି ରହିବ । ଯେଉଁମାନେ ପ୍ରଥମ ରିଚାର୍ଜରେ ୧୦୦ ଟଙ୍କାରୁ ଉର୍ଦ୍ଧ୍ୱ ରିଚାର୍ଜ କରିବେ । ସେମାନଙ୍କୁ ଅପରେଟର ଏହି ସୁବିଧା ଦେଉଥିବା ଜଣାଯାଇଛି ।

ସବୁ ସର୍କଲରେ ମିଳିବ ଏହି ସୁବିଧା :

ବିଏସ୍‌ଏନଏଲ୍‌ ଏବେ କେରଳ ସର୍କଲରେ ଏହି ଅଫର ଆରମ୍ଭ କରିଛି । ଖୁବ୍‌ ଶୀଘ୍ର ଅନ୍ୟ ସବୁ ସର୍କଲରେ ଏହି ଅଫର ଉପଲବ୍ଧ ହେବ । କମ୍ପାନୀ ଅନୁଯାୟୀ ୧୦୦ ଟଙ୍କାରୁ ଉର୍ଦ୍ଧ୍ୱ ରିଚାର୍ଜ ଉପରେ ବିନା କୌଣସି ଅତିରିକ୍ତ ଦେୟରେ 4G ସିମ୍‌ କାର୍ଡ ଦେଉଛି ବିଏସ୍‌ଏନଏଲ୍‌ କମ୍ପାନୀ ।

ଏହିଠାରୁ ନେଇପାରିବେ ସିମ୍‌ :

ବିଏସ୍‌ଏନଏଲ ନିଜର ନୂଆ ଗ୍ରାହକ ଓ ଅନ୍ୟ ଅପରେଟର ଠାରୁ ନେଟଓ୍ଵର୍କରେ ପୋର୍ଟ କରିଥିବା ଗ୍ରାହକଙ୍କୁ ମଧ୍ୟ ଏହି 4G ସିମ୍‌ କାର୍ଡ ମିଳିବ ବୋଲି କମ୍ପାନୀ କହିଛି । ଏହି ସିମ୍‌ କାର୍ଡର ମୂଲ୍ୟ ୨୦ ଟଙ୍କା । ହେଲେ ଯଦି ଆପଣ ୟୁଜର୍ସ ତେବେ ଆପଣଙ୍କ ଠାରୁ ଏହି ୨୦ ଟଙ୍କା ମଧ୍ୟ ନିଆଯିବ ନାହିଁ । ବିଏସ୍‌ଏନଏଲ ର ଏହି 4G ସିମ୍‌ କାର୍ଡ ଅଫର ର ଲାଭ କଷ୍ଟମର ସର୍ଭିସ ସେଣ୍ଟର, CSC ଓ ରିଟେଲ ଆଉଟଲେଟ ରେ ଉପଲବ୍ଧ ବୋଲି କମ୍ପାନୀ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.