Below header

ଆଜି ସନ୍ଧ୍ୟାରେ ସ୍ନାକ୍ସରେ ବନାନ୍ତୁ ଆଳୁ ସେଉ, ବଢ଼ିଯିବ ଚା’ର ସ୍ୱାଦ

ଭାରତର ଏକ ପାରମ୍ପରିକ ସ୍ନାକ୍ସ ହେଉଛି ସେଉ। ସନ୍ଧ୍ୟାବେଳେ ଅଧିକାଂଶ ଲୋକ ଚା’ ସହ ସେଉ ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ବେସନର ସେଉ ତ ଆପଣ ଅନେକ ଥର ଖାଇଥିବେ। କିନ୍ତୁ କେବେ ଆଳୁର ସେଉ ଖାଇଛନ୍ତି କି! ଏହାର ସ୍ୱାଦ ଏତେ ବଢ଼ିଆ ଯେ ଆପଣ ଥରେ ଖାଇଲେ ସବୁବେଳେ ଖାଇବାକୁ ଇଚ୍ଛା କରିବେ। ତେବେ ଆସନ୍ତୁ ଜାଣିବା ଆଳୁ ସେଉର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ଉପକରଣ:

୧ ବଡ଼ ଆଳୁ, ୧୫୦-୨୦୦ ଗ୍ରାମ୍‌ ବେସନ, ୧ ଚାମଚ ଚାଟ୍‌ ମସଲା, ସ୍ୱାଦାନୁସାରେ କଳା ଲୁଣ ଓ ଲୁଣ, ୩ ବଡ଼ ଚାମଚ ପାଣି, ୨ ବଡ଼ ଚାମଚ ତେଲ, ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗ୍ରାଇଣ୍ଡରରେ ସିଝା ଆଳୁକୁ କାଟି ସେଥିରେ ତେଲ ଓ ପାଣି ମିଶାଇ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହି ପେଷ୍ଟକୁ ଏକ ବଡ଼ ପାତ୍ରକୁ ବାହାର କରିନିଅନ୍ତୁ। ଏବେ ସେଥିରେ ଲୁଣ, ଚାଟ୍‌ ମସଲା, କଳା ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହି ମିଶ୍ରଣରେ ବେସନ ପକାନ୍ତୁ। ଏହି ମିଶ୍ରଣକୁ ସେଉ ହେବା ଭଳି ଟିକେ ମୋଟା ଗୋଳାଇ ଦିଅନ୍ତୁ, ଧ୍ୟାନ ରଖିବେ ମିଶ୍ରଣ ଯେମିତି ପାଣିଆ ନ ହୁଏ। ଏବେ ମିଡିୟମ୍‌ ଆଞ୍ଚରେ କଡ଼େଇ ଗରମ କରି ଛାଣିବା ପାଇଁ ତେଲ ପକାନ୍ତୁ। ତେଲ ଗରମ ହୋଇ ଆସିଲେ ଜାଲି ଚଟୁରେ ମିଶ୍ରଣକୁ ଦେଇ ସେଉ ଆକାରର ଛାଣନ୍ତୁ। ଭଲ ଭାବେ ଛାଣି ହୋଇଗଲେ ଏହାକୁ ପାତ୍ରକୁ କାଢ଼ି ଉପରେ ଚାଟ୍‌ ମସଲା ଛିଞ୍ଚି ପରଷନ୍ତୁ ‘ଆଳୁ ସେଉ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.