ଲଖିମପୁର ଯିବାକୁ ରାହୁଲ ଗାନ୍ଧିଙ୍କୁ ମିଳିଲା ଅନୁମତି, ସାଙ୍ଗରେ ଯାଉଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ

ଉତ୍ତର ପ୍ରଦେଶ ହିଂସା ପରେ ଲଖିମପୁର ଯାଇପାରିବେ ରାହୁଲ ଗାନ୍ଧି। ରାହୁଲଙ୍କ ସମେତ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ୩ ଜଣ ବି ଲଖିମପୁର ଗସ୍ତ କରିପାରିବେ। ଏ ନେଇ ଉତ୍ତରପ୍ରଦେଶ ସରକାର ଅନୁମତି ପ୍ରଦାନ କରିଛନ୍ତି।

ଅନୁମତି ପାଇବାର କିଛି ସମୟ ପରେ ସୀତାପୁର ଅଭିମୁଖେ ବାହାରିଛନ୍ତି ରାହୁଲ ଗାନ୍ଧି। ତାଙ୍କ ସହ ଅଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନି ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ପୂର୍ବରୁ ରାହୁଲଙ୍କୁ ସୀତାପୁର ଗସ୍ତ ପାଇଁ ଅନୁମତି ମିଳିନଥିଲା। ହିଂସାକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ଘଟିବା ପରେ ଲଖିମପୁରକୁ ବିରୋଧୀ ଦଳ ନେତାଙ୍କୁ ଛାଡ଼ୁନଥିଲା ଉତ୍ତର ପ୍ରଦେଶ ପୋଲିସ।


ଅନ୍ୟପଟେ ଗାଡ଼ି ଚଢ଼ାଇ ଚାଷୀଙ୍କୁ ମାରିଦେଇଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଦେଶର ବିଭିିନ୍ନ ସ୍ଥାନରେ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.