TBMAUJ ରିଲିଜ୍ ପୂର୍ବରୁ ଫଟୋ ସୁଟ୍ କଲେ ସାହିଦ, ଅଲ୍ ବ୍ଲାକ୍ ଲୁକ୍ ରେ ଦେଖାଇଲେ କିଲର ଅନ୍ଦାଜ୍
ଏହି ଫଟୋରେ ସାହିଦ ବହୁତ ଷ୍ଟାଇଲିସ୍ ଓ କୁଲ୍ ନଜର ଆସିଛନ୍ତି । ସାହିଦ କପୁର ଫଟୋ ସୁଟ୍ ସମୟରେ ବ୍ଲାକ୍ ଜ୍ୟାକେଟ୍ ସହିତ ମ୍ୟାଚିଙ୍ଗ ବ୍ଲାକ୍ ପ୍ୟାଣ୍ଟ ଏବଂ ବ୍ଲାକ୍ ଗ୍ଲାସେସ୍ ଲଗାଇଥିଲେ । ଏହି ଓଭରଅଲ୍ ଲୁକ୍ ରେ ସାହିଦ୍ ବହୁତ ହ୍ୟାଣ୍ଡସମ୍ ନଜର ଆସିଥିଲେ ।

ସାହିଦ କପୁର ନିଜ ଲୁକ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଆକ୍ଟିଙ୍ଗର ଯାଦୁରେ ସମସ୍ତଙ୍କୁ ଆକର୍ଷିତ କରନ୍ତି ସାହିଦ । ବର୍ତ୍ତମାନ ସାହିଦ ବ୍ଲାକ୍ ଆଣ୍ଡ ହ୍ଵାଇଟ୍ ଫଟୋ ସୁଟ୍ କରିଛନ୍ତି । ସାହିଦ କପୁରଙ୍କ ଫିଲ୍ମ ରିଲିଜ୍ ସମୟରେ ହିଁ ତାଙ୍କର ନୂଆ ନୂଆ ଫଟୋ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଆକ୍ଟର ଆଉ ଏକ ନୂଆ ଫଟୋ ସୁଟ୍ କରିଛନ୍ତି । ଏହି ଫଟୋକୁ ସେ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ଏହି ଫଟୋରେ ସାହିଦ ବହୁତ ଷ୍ଟାଇଲିସ୍ ଓ କୁଲ୍ ନଜର ଆସିଛନ୍ତି । ସାହିଦ କପୁର ଫଟୋ ସୁଟ୍ ସମୟରେ ବ୍ଲାକ୍ ଜ୍ୟାକେଟ୍ ସହିତ ମ୍ୟାଚିଙ୍ଗ ବ୍ଲାକ୍ ପ୍ୟାଣ୍ଟ ଏବଂ ବ୍ଲାକ୍ ଗ୍ଲାସେସ୍ ଲଗାଇଥିଲେ । ଏହି ଓଭରଅଲ୍ ଲୁକ୍ ରେ ସାହିଦ୍ ବହୁତ ହ୍ୟାଣ୍ଡସମ୍ ନଜର ଆସିଥିଲେ ।
ଆକ୍ଟରଙ୍କ ଏହି ଲୁକ୍ ଦେଖିବା ପରେ ଫ୍ୟାନ୍ସମାନେ ତାଙ୍କର ବହୁତ ପ୍ରଶଂସା କରିଛନ୍ତି । ସାହିଦଙ୍କ ଫିଲ୍ମ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ ଭାଲେଣ୍ଟାଇନ୍ ଓ୍ଵିକ୍ କୁ ନଜରରେ ରଖି ୯ ଫେବୃଆରୀରେ ରିଲିଜ୍ ହେବ । ଏହି ଫିଲ୍ମରେ ତାଙ୍କ ସହ କୃତି ସାନନ୍ ରୋମାନ୍ସ କରୁଥିବାର ନଜର ଆସିବେ । ଏହି ଫିଲ୍ମ ପାଇଁ ଫ୍ୟାନ୍ସମାନେ ଅପେକ୍ଷା କରି ରହିଛନ୍ତି ।