ଇଦରେ ଇଦି ଦେଲେ ଭାଇଜାନ୍‌, ଆସନ୍ତୁ ନଜର ପକାଇବା କଣ ରହିଛି ‘ଭାରତ’ର ରିଭ୍ଯୁ

ଫିଲ୍ମ – ଭାରତ
କଳାକାର – କଟ୍ରିନା କୈଫ୍‌ , ସଲମାନ ଖାନ, ସୁନିଲ ଗ୍ରୋଭର, ଜ୍ୟାକି ସର୍ଫ, ସୋନାଲି କୁଲକର୍ଣ୍ଣୀ, ଦିଶା ପଟାଣୀ, ନୋରା ଫତେହି
କେନ୍ୟୁଜ୍‌ – ୩. ୫ଷ୍ଟାର

ମୁମ୍ବାଇ : ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ ସଲମାନ ନିଜ ଫ୍ୟାନ ମାନଙ୍କୁ ଇଦରେ ଭେଟି ଦେଇଛନ୍ତି ଏକ ନୂଆ ଫିଲ୍ମ ‘ଭାରତ’ । ତେବେ ଦର୍ଶକଙ୍କୁ ଫିଲ୍ମଟି ଆର୍କଷିତ କରିଛି । ଖାସ କଥା ଏହା ହେଉଛି ଫିଲ୍ମରେ ସଲମାନଙ୍କ ଖୁବ ଦମଦାର ଅଭିନୟ ଦେଖିବାକୁ ମିଳିଛି। ଏଥିରେ ସଲମାନଙ୍କ ପିଲାଟି ବେଳରୁ ଆରମ୍ଭ କରି ବୃଢ଼ା ହେଲା ପର‌୍ୟ୍ୟନ୍ତ ଜୀବନର ସମସ୍ତ ପର‌୍ୟ୍ୟୟର କାହଣୀ ଦେଖିବାକୁ ମିଳିବ। ତେବେ ସଲମାନଙ୍କ ପୂର୍ବ ଫିଲ୍ମ ଟ୍ୟୁବଲାଇଟ ଏବଂ ରେସ୩ର ଫ୍‌ଳପ ହେବା ପରେ ତାଙ୍କୁ ଏକ ବଡ ହିଟର ଆବଶ୍ୟକ ଥିଲା। ତେବେ ଭାରତ ତାଙ୍କୁ ସୁପରହିଟ କରାଇ ନପାରିଲେ ମଧ୍ୟ ବକ୍ସଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।

bharat-movie

ଫିଲ୍ମର ପ୍ରାରମ୍ଭରେ ସଲମାନ ଖାନ ନିଜ ପରିବାର ସହ ଅଟାରୀ ବର୍ଡରରେ ପହଞ୍ଚୁଛନ୍ତି। ସେଠାରେ ସେ ନିଜ ଜନ୍ମ ଦିନ ପାଳନ କରିବା ସହ ନିଜ ଜୀବନର କାହାଣୀ ଘରର କିଛି ପିଲାଙ୍କୁ ଶୁଣାଇବା ଆରମ୍ଭ କରିଛନ୍ତି। ଫିଲ୍ମ କାହାଣୀର ଆରମ୍ଭ ଦେଶର ସ୍ୱତନ୍ତ୍ରତା ଏବଂ ବିଭାଜନ ସହ ହୋଇଥିବା ବେଳେ ସେ ଏବଂ ତାଙ୍କ ଭଉଣୀ ପିତା ଜାକି ସରାଫଙ୍କ ଠାରୁ ଭିନ୍ନ ହୋଇଯାଇଥିବା ଦେଖାଯାଇଛି। କିନ୍ତୁ ସଲମାନ କେବେ ମଧ୍ୟ ତାଙ୍କ ପିତାଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷାକୁ ଭୁଲି ନାହାନ୍ତି।

bharat-movie-poster

ସଲମାନ ଛୋଟ ବେଳୁ ହିଁ ପରିବାରର ସଂପୂର୍ଣ୍ଣ ଧ୍ୟାନ ରଖୁଥିଲେ। ଏହା ସହ ସୁନିଲ ଗୌଭରଙ୍କୁ ଦେଖାଯାଇଛି ଯିଏ ସଲମାନଙ୍କ ପିଲା ବେଳର ସାଙ୍ଗ ଭାବେ ନଜର ଆସିଛନ୍ତି। ଏହାପରେ ସଲମାନଙ୍କୁ ତାଙ୍କ ପରିବାର ଚଳିବା ପାଇଁ ସର୍କସରେ କାମ କରିବାକୁ ପଡୁଛି। ସେଠାରେ ତାଙ୍କର ଦିଶା ପଟାଣୀଙ୍କ ସହ ସାକ୍ଷାତ ହୋଇଥିବା ବେଳେ ଦୁହେଁ ଉଦ୍ଭୟଙ୍କ ପ୍ରତି ଆର୍କଷିତ ହେଉଛନ୍ତି। କିନ୍ତୁ ସର୍କସରେ ଜୀବନପ୍ରତି ବିପଦଥିବାରୁ ସେ ସେଠାରେ ଚାକିରୀ ଏବଂ ଦିଶାଙ୍କୁ ଛାଡି ଅନ୍ୟ କିଛି କରିବାକୁ ମନବଳାଉଛନ୍ତି।

bharat-mid

ଏହାପରେ ଚାକିରୀ ଖୋଜିବା ସମୟରେ ସଲମାନଙ୍କର କ୍ୟାଟ୍ରିନା କୈଫଙ୍କ ସହ ସାକ୍ଷାତହେଉଛି । ଫିଲ୍ମରେ ସଲମାନଙ୍କ ଜୀବନର ଆଉ ଏକ ସ୍ତର ଆରମ୍ଭ ହେଉଛି। ପରେ ସେ ଗଲ୍ଫର ତେଲ ବାହାର କରିବା ଏକ କମ୍ପାନୀରେ ଶ୍ରମିକ ଭାବେ କାମ ଆରମ୍ଭ କରନ୍ତି। ଏବଂ ଏଥି ମଧ୍ୟରେ ଆପଣଙ୍କୁ ସଲମାନ ଏବଂ କ୍‌୍ୟାଟ୍ରିନାଙ୍କ କଥା କଟାକଟି ମଧ୍ୟ ଦେଖିବାକୁ ମିଳିବ। ପରେ ଧିରେଧିରେ ଉଦ୍ଭୟ ପରସ୍ପରକୁ ଭଲପାଇ ବସିଥାନ୍ତି। ଏତିକିରେ ଫିଲ୍ମଟିରେ ଇଣ୍ଟରଭାଲ ହେଉଛି ।

ଇଣ୍ଟରଭାଲ ପରେ ଫିଲ୍ମରେ ସଲମାନ ତାଙ୍କ ଭଉଣୀ ଏବଂ ପିତାଙ୍କ ଖୋଜ୍‌ କରୁଛନ୍ତି। ଯେଉଁଥିରେ ସେ ମିଡିଆର ସାହାର ନେବା ସହ ଭାରତ –ପାକସ୍ତାନ ବିଭାଜନ ସମୟରେ ଭିନ୍ନ ହୋଇଥିବା ଲୋକମାନଙ୍କ ମିଳନର ପ୍ରୟାସ କରାଉଛନ୍ତି। ଏଥିରେ କ୍ୟାଟ୍ରିନା ଏକ ଖାସ ଭୁମିକା ତୁଲାଇଛନ୍ତି। ଫିଲ୍ମର ପ୍ରଥମ ଭାଗରେ କମେଡି, ଇମୋସନ୍‌ ଏବଂ ଡ୍ରାମା ରହିଥିବା ବେଳେ ଦ୍ୱିତୀୟ ଭାଗରେ ଲଭ ଷ୍ଟୋରୀ ଏବଂ ହ୍ୟୁମର ରହିଛି।

bharat

ଫିଲ୍ମଟି ୧୯୪୭ ମସିହାରୁ ଆରମ୍ଭ ହୋଇ ୨୦୧୦ ମସିହାରେ ଶେଷ ହୋଇଛି। ଏଥିମଧ୍ୟରେ ଜଣେ ବ୍ୟକ୍ତି ଏବଂ ଦେଶ ଉଦ୍ଭୟଙ୍କର କାହାଣୀ ଦର୍ଶାଯାଇଛି। ତେବେ ପୂର୍ବ ଫିଲ୍ମ ଭଳି ନିର୍ଦ୍ଦେଶକ ଅଲ୍ଲି ଆବାସ ଜାଫର ଏହି ଫିଲ୍ମକୁ ମଧ୍ୟ ମସାଲେଦାର କରିବାକୁ ଚେଷ୍ଟା କରିଛନ୍ତି। ତେବେ ଫିଲ୍ମରେ ସମସ୍ତ କଳାକାର ଖୁବ ଭଲ ଭାବେ ନିଜ ଚରିତ୍ରକୁ ତୁଲାଇବାକୁ ଚେଷ୍ଟା କରିଛନ୍ତି। ଖାସ କରି କ୍ୟାଟ୍ରିନାଙ୍କ କୁମୁଦିନୀ ଚରିତ୍ର ତାଙ୍କ ଜୀବନକୁ ମାଇଲେଜ୍‌ ଦେବା ବୋଲି କୁହାଯାଉଛି।

ନିର୍ଦ୍ଦେଶନା ଏବଂ ଦମଦାର ଚରିତ୍ରରେ ଭରପୁର ଭାରତ ଫିଲ୍ମ ଦୁଇଟି ସ୍ତରରେ ଟିକେ କମ ହୋଇଯାଇଛି। ତାହା ହେଉଛି ମେକଅପ, କଷ୍ଟୁମ୍‌ ଏବଂ ସଂଙ୍ଗୀତ। ଫିଲ୍ମର କିଛି ସ୍ପେଶାଲ ଇଫେକ୍ଟ ମଧ୍ୟ ଦର୍ଶକଙ୍କୁ ଏତେତା ଆର୍କଷିତ କରିପାରିନାହିଁ। ତେବେ କେନ୍‌୍ୟୁଜ୍‌ ଫିଲ୍ମଟିକୁ ୩.୫ଷ୍ଟାର ରିଭ୍ୟୁ ଦେଉଛି।

Leave A Reply

Your email address will not be published.