୩୨ ବର୍ଷ କ୍ୟାରିଅରରେ ପ୍ରଥମ ଥର ଭାବେ ଡିଟେକ୍ଟିଭ ଭୂମିକାରେ ନଜର ଆସିବେ ସଲମାନ

ସଲମାନ ଖାନଙ୍କ ଆଗାମୀ ଫିଲ୍ମକୁ ନେଇ ହଟିଛି ସବୁ ପ୍ରଶ୍ନ । ରାଧେ ଫିଲ୍ମରେ ଅନେକ ପ୍ରତିକ୍ରିୟା ପାଇବା ପରେ ଏବେ ଭାଇଜାନ ନୂଆ ରୂପରେ ସାମ୍ନାକୁ ଆସିବେ । ୩୨ ବର୍ଷ ଭିତରେ ପ୍ରଥମ ଥର ଭାବେ ସଲମାନ ବାୟୋପିକରେ ନଜର ଆସିବେ । ଏହାରି ମଧ୍ୟରେ ସେ ଅନେକ ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି ।

ଏହି ଫିଲ୍ମଟି ଭାରତୀୟ ଇତିହାସର ସତ ଘଟଣା ଉପରେ ଅଧାରିତ । ଏଥିପାଇଁ ସଲମାନ ଖାନ ନିର୍ଦ୍ଦେଶକ ରାଜ କୁମାର ଗୁପ୍ତାଙ୍କ ସହ ହାତ ମିଳାଇଛନ୍ତି । ସଲମାନ ଏହି ଫିଲ୍ମରେ ପ୍ରସିଦ୍ଧ ଜାସୁସ ରବିନ୍ଦ୍ର କୌଶିକଙ୍କ ଭୂମିକାରେ ନଜର ଆସିବେ । ଯାହାଙ୍କୁ ବ୍ଲାକ ଟାଇଗର ନାମରେ ମଧ୍ୟ ଜଣାଯାଏ ।

6q3465
pc: box office world wide

ଏହାର କାହାଣୀ ଶୁଣି ସଲମାନ ଖାନ ରାଜି ହୋଇଛନ୍ତି । ଭାରତୀୟ ଜାସୁସ ଭାବେ ସଲମାନ ପ୍ରଥମ ଥର ଭାବେ ନଜର ଆସିବେ । ଦର୍ଶକଙ୍କୁ ଏହା ଖୁବ ପସନ୍ଦ ଆସିବ ବୋଲି ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.