କରୋନା କାଳରେ ଦୁନିଆର ସବୁଠୁ ଲୋକପ୍ରିୟ ନେତା ପିଏମ୍ ମୋଦି, ବାଇଡେନଙ୍କୁ ବି ପକାଇଲେ ପଛରେ

କରୋନା ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଭଳି କାମ କରିଛନ୍ତି, ତାହାକୁ ବିଦେଶରେ ମଧ୍ୟ ପ୍ରଶଂସା କରାଯାଇଛି। ସଙ୍କଟ ସମୟରେ ଅନ୍ୟ ଦେଶକୁ ସାହାଯ୍ୟ କରି ମୋଦି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଏଣୁ ମହାମାରୀରେ ବି ତାଙ୍କ ଲୋକପ୍ରିୟତା ଟିକେ ହେଲେ କମିନି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭଳି ଲୋକପ୍ରିୟ ନେତାଙ୍କୁ ବି ସେ ପଛରେ ପକାଇଦେଇଛନ୍ତି।

ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ Morning Consult ତରଫରୁ ପ୍ରକାଶିତ ସର୍ଭେ ମୁତାବକ, ଦୁନିଆର ଅନ୍ୟ ନେତାଙ୍କ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠୁ ଅଧିକ ଲୋକପ୍ରିୟ। ମୋଦିଙ୍କର ଗ୍ଲୋବାଲ ଆପ୍ରୁଭାଲ ରେଟିଂ ୬୬ ପ୍ରତିଶତ ରହିଛି।

ସର୍ଭେ ମୁତାବକ, ମୋଦିଙ୍କ ପରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ମାରିୟୋ ଡ୍ରେଗୀ ଓ ତୃତୀୟରେ ଅଛନ୍ତି ମେକ୍ସିକୋ ରାଷ୍ଟ୍ରପତି ଲୋପେଜ୍ ଓବ୍ରେଡୋର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.