ଭାଇଜାନଙ୍କ ବଡ ହୃଦୟ, କୁନି ଫ୍ୟାନକୁ ଦୁର୍ବ୍ୟବହାର ଦେଖାଇବାରୁ ସିକ୍ୟୁରୀଟି ଗାର୍ଡକୁ ମାରିଲେ ଶକ୍ତ ଚାପୁଡ଼ା

ମୁମ୍ବାଇ : ବଲିଉଡର ସୁଲତାନ ସଲମାନ ଖାନଙ୍କ ଅଭିନିତ ଫିଲ୍ମ ଭାରତ ଆଜି ରିଲିଜ୍ ହୋଇଛି। ଏଥିପାଇଁ ନିକଟରେ ଏକ ମଲରେ ଫିଲ୍ମର ସ୍କ୍ରିନିଂ ରଖାଯାଇଥିଲା। ଏହି ମଲରୁ ବାହାରୁଥିବା ସମୟରେ ତାଙ୍କ ପ୍ରଶଂସକ ତାଙ୍କୁ ଘେରି ଯାଇଥିଲେ। ଏହି ସମୟରେ ଏପରି କିଛି ପରିସ୍ଥିତି ଉପୁଜିଥିଲା ଯାହା ପାଇଁ ଭାଇଜାନ୍ ଉଠାଇଥିଲେ ସେଠାରେ ନିୟୋଜିତ ସିକ୍ୟୁରୀଟି ଗାର୍ଡଙ୍କ ଉପରେ ହାତ। ଏହି ଘଟଣାର ଏକ ଭିଡିଓ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଭାଇରାଲ ହେଉଥିବା ଭିଡିଓ ମୁତାବକ, ସଲମାନଙ୍କ ଫିଲ୍ମର ଏକ ସ୍ପେଶାଲ ସ୍କ୍ରିନିଂ ମଲରେ ଆୟୋଜିତ କରାଯାଇଥିଲା। ଏହି ମଲରୁ ବାହାରୁଥିବା ସମୟରେ ସଲମାନଙ୍କ ଗୋଟିଏ ଝଲକ ପାଇବା ପାଇଁ ପ୍ରଶଂସକଙ୍କ ଭିଡ ଜମିଯାଇଥିଲା। ଭିଡ ମଧ୍ୟରେ ସଲମାନଙ୍କ ଏକ କୁନି ଫ୍ୟାନ୍ ମଧ୍ୟ ସାମିଲ ଥିଲେ। ସଲମାନଙ୍କ ମଲ ବାହାରକୁ ଆସୁଥିବା ସମୟରେ ଭିଡକୁ ଖାଲି କରିବା ପାଇଁ ସିକ୍ୟୁରିଟି ଗାର୍ଡ ଚେଷ୍ଟା କରୁଥିବା ବେଳେ ତାହା ମଧ୍ୟରେ ଫସି ଯାଇଥିଲେ ସେହି କୁନି ଫ୍ୟାନ୍ । ନିଜ କୁନି ଫ୍ୟାନକୁ ଏପରି ବ୍ୟବହାର ସହି ପାରିନଥିଲେ ସଲମାନ। ଫଳରେ ସିକ୍ୟୁରିଟି ଗାର୍ଡ ଉପରେ ହାତ ଉଠାଇଥିଲେ ଭାଇଜାନ। ପରେ ସେହି ଛୋଟପିଲାକୁ ଅଟୋଗ୍ରାଫ ଦେଇଥିଲେ।
Omg, @BeingSalmanKhan literally slapped a security guard for getting rough with a fan kid! #Bharat #SalmanKhan pic.twitter.com/05VFSRecmP
— 🎐 (@heartgetshurt) June 5, 2019
ତେବେ ଆଜି ଭାଇଜାନଙ୍କ ଫିଲ୍ମ ଭାରତ ରିଲିଜ୍ ହୋଇଥିବା ବେଳେ ଏହା ବକ୍ସ ଅଫିସରେ ଭଲ ରୋଜଗାର ମଧ୍ୟ କରିଛି। ଫିଲ୍ମରେ ସଲମାନଙ୍କୁ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ପୁଣି ଥରେ ଖୁବ ଜମିଛି କେଟ୍ରିନା ଏବଂ ସଲମାନଙ୍କ ଯୋଡି।