Below header

ଦକ୍ଷିଣ ଅଫ୍ରିକା ଭାରତ ସାମ୍ନାରେ ରଖିଛି ୨୨୮ ରନର ଟାର୍ଗେଟ୍

ବିଶ୍ୱକପ୍ କ୍ରିକେଟ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଭାରତ ଆଗରେ ରଖିଛି ୨୨୮ ରନ୍ ଟାର୍ଗେଟ। ସାଉଥମ୍ପଟନରେ ଟସ୍ ଜିତି ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ମାତ୍ର ୨୨୭ ରନରେ ଅଲ୍ ଆଉଟ୍ ହୋଇଗଲା। ପ୍ରଥମରୁ ବିପର‌୍ୟ୍ୟର ସାମନା କରିଥିଲା ଦଳ । ଟିମ୍ ଇଣ୍ଡିଆର ଘାତକ ବୋଲିଂ ଆଗରେ ଖସିଥିଲା ଗୋଟିଏ ପରେ ଗୋଟିଏ ଓ୍ଵିକେଟ୍। ପ୍ରଥମ ଦୁଇଟି ଓ୍ଵିକେଟ ଖସାଇ ଦକ୍ଷିଣ ଆଫ୍ରିକାକୁ ପ୍ରାରମ୍ଭିକ ଝଟ୍କା ଦେଇଥିଲେ ଯଶପ୍ରୀତ ବୁମରାହ।

ଦଳୀୟ ସ୍କୋର ମାତ୍ର ୧୧ ରନ୍ରେ ପାଭିଲନ୍ ଫେରିଥିଲେ ଓପନର ହାସିମ ଅମଲା। ତାଙ୍କ ପରେ ୨୪ ରନ୍ରେ ଆଉଟ୍ ହୋଇଥିଲେ ଡି କକ୍। ଏହାପରେ କିଛି ସମୟ ପାଇଁ କ୍ରିଜରେ ଭାରତୀୟ ବୋଲରଙ୍କୁ ସାମନା କରିଥିଲେ ଅଧିନାୟକ ଡୁ ପ୍ଲେସିସ୍ ଓ ଭାନ୍ ଡି. ଦୁସେନ୍। ଏହି ଯୋଡ଼ିକୁ ନିଜର ଯାଦୁଗରୀ ସ୍ପିନରେ ଭାଙ୍ଗି ଦେଇଥିଲେ ଯୁଜବେନ୍ଦର ଚହଲ।

ପଞ୍ଚମ ଓ୍ଵିକେଟରେ ବ୍ୟାଟିଂ ପାଇଁ ଆସିଥିବା ଡେଭିଡ୍ ମିଲର ଓ ଅଷ୍ଟମ ଓ୍ଵିକେଟ ବ୍ୟାଟ୍ସମ୍ୟାନ୍ କ୍ରିସ୍ ମୋରିସ୍ ଶେଷ ଆଡକୁ ହାତଖୋଲା ସର୍ଟ ଖେଳିଥିଲେ। ମୋରିସ୍ ୩୪ବଲରୁ ୪୨ ରନ୍ କରିବାରୁ ଦୁଇ ଶହ ରନ୍ ସ୍କୋର ପାର କରିଥିଲା ଦକ୍ଷିଣ ଆଫ୍ରିକା। ତେବେ ରାବଡା ବି ଭଲ ଖେଳିବାରୁ ଭାରତ ଆଗରେ ୨୨୮ ରନ୍ ବିଜୟ ଲକ୍ଷ୍ୟ ଧାର‌୍ୟ୍ୟ କରି ପାରିଲା ଦକ୍ଷିଣ ଆଫ୍ରିକା। ଭାରତ ପକ୍ଷରୁ ଚହଲ ସର୍ବାଧିକ ୪ଟି ଓ୍ଵିକେଟ ନେଇଥିବା ବେଳେ ବୁମରାହ ଓ ଭୁବନେଶ୍ୱର କୁମାରଙ୍କୁ ୨ଟି ଲେଖାଏଁ ଓ୍ଵିକେଟ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.