ପୁଣି ଲେଉଟିଲା ତାତି : ୪୦ ଡିଗ୍ରୀ ଉପରେ ରାଜ୍ୟର ୧୧ ସହର ତାପମାତ୍ରା

ପୁଣି ଲେଉଟିଲା ତାତି । ଗତ ଦୁଇ ଦିନ ହେବ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଆଜି ପୁଣି ପାରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସବୁଠୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ା ୪୫.୨ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ।

ସେହିଭଳି ସମ୍ବଲପୁରରେ ୪୩.୨ ଡିଗ୍ରୀ, ହୀରାକୁଦରେ ୪୨.୯ ଡିଗ୍ରୀ, ଟିଟିଲାଗଡ଼ରେ ୪୨.୨, ଅନୁଗୁଳରେ ୪୨.୧, ସୋନପୁରରେ ୪୧.୨ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧ ଡିଗ୍ରୀ, ମାଲକାନଗିରିରେ ୪୦.୬ ଡିଗ୍ରୀ ଏବଂ ଭବାନୀପାଟଣା,ବଲାଙ୍ଗୀର, ଫୁଲବାଣୀରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦିନରେ ଗୁଳୁଗୁଳି ବଢୁଥିବା ବେଳେ ରାତିରେ କାଳବୈଶାଖୀ ବର୍ଷା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଉଛି । ସେପଟେ ଆଗାମୀ ଦୁଇ ଦିନ ଯାଏ ଗରମ ଲାଗି ରହିବ । ଦୁଇ ଦିନ ପରେ ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.