ବୁର୍ଜ ଖଲିଫାରେ ୨୪ କ୍ୟାରେଟ୍‌ ସୁନା ଚା’ ପିଇଲେ ଅଭିନେତ୍ରୀ ସାନା ଖାନ, ଚା’ର ଦାମ୍‌ ୩୧୯୦ ଟଙ୍କା

ବିଗବସ୍‌ ଫେମ୍‌ ସାନା ଖାନ ପୁଣିଥରେ ଚର୍ଚ୍ଚାରେ। ଏଥର କିନ୍ତୁ ୨୪ କ୍ୟାରେଟ ସୁନା ଚା’ ପିଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସାନା। ହୁଏତ ଆପଣ ଏକଥାକୁ ଜାଣିବା ପରେ ବିଶ୍ୱାସ କରିପାରୁନଥିବେ ଯେ, ୨୪ କ୍ୟାରେଟ ସୁନା ଜିନିଷ କଥା ଆମେ ଜାଣିଛୁ, କିନ୍ତୁ ୨୪ କ୍ୟାରେଟ୍‌ ସୁନା ଚା’ ହୁଏତ କେହି ଜାଣିନଥିବେ। ଆଉ ଯଦି ଜାଣିଥିବେ ମାତ୍ର କିଛି ଲୋକ ଜାଣିଥିବେ। ବିବାହ ପରେ ସାନା ନିଜ ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲକୁ ଯୋଗୁଁ ଚର୍ଚ୍ଚାରେ ରହିଛନ୍ତି। ଆକ୍ଟିଂ ଦୁନିଆରୁ ଅଲବିଦା କହିବା ପରେ ସାନା ଗୁଜରାଟର ମୌଲାନା ମୁଫ୍ଟି ଅନସ ସୈୟକଙ୍କୁ ବିବାହ କରିଥିଲେ। ବିବାହ ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ସାନାଙ୍କୁ ଜବରଦସ୍ତ ଟ୍ରୋଲ କରିଥିଲେ।

କିନ୍ତୁ ଏବେ ସାନା ନିଜ ଲାଇଫକୁ ବିନ୍ଦାସ ଏନଜଏ କରୁଛନ୍ତି। ଆଉ ଏହାର ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ସାନାଙ୍କ ନୂଆ ପୋଷ୍ଟରେ ସେ ୨୪ କ୍ୟାରେଟ ସୁନା ଚା’ ପିଉଥିବା ନଜର ଆସିଛନ୍ତି। କିନ୍ତୁ ଲୋକେ ତାଙ୍କ ଚା’ ବିଷୟରେ ଯେତିକି ଚର୍ଚ୍ଚା କରିନାହାନ୍ତି, ସେତିକି ତାଙ୍କ ହିଜାବକୁ ନେଇ ଚର୍ଚ୍ଚା କରିଛନ୍ତି।

 

View this post on Instagram

 

A post shared by Saiyad Sana Khan (@sanakhaan21)


ସାନା ବୁର୍ଜ ଖଲିଫାରେ ବସି ୨୪ କ୍ୟାରେଟଯୁକ୍ତ ଚା’ ପିଉଥିବା ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଗୋଟେ ଫଟୋରେ ସାନା ୨୪ କ୍ୟାରେଟ ଗୋଲ୍ଡ ପ୍ଲେଟେଡ ଚା’ର ମଜା ନେଉଥିବା ବେଳେ ଅନ୍ୟ ଫଟୋରେ ଚା’ର କ୍ଲୋଜ ଫଟୋ ସେୟାର କରିଛନ୍ତି। ଚର୍ଚ୍ଚାକୁ ଆସିଥିବା ଚା’ର ଦାମ୍‌ ମଧ୍ୟ ଶୁଣିଲେ ହୋସ ଉଡିଯିବ। ଏହି ଚା’ର ଦାମ୍‌ ପାଖାପାଖି ୩୧୯୦ ଟଙ୍କା ରହିଛି।

 

View this post on Instagram

 

A post shared by Saiyad Sana Khan (@sanakhaan21)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.