‘ସଂଜୁ’ର ବକ୍ସ ଅଫିସ ଧମାଲ୍ , ରିଲିଜ୍ ପୂର୍ବରୁ ‘ପଦ୍ମାବତ୍’କୁ ଦେଲା ମାତ୍

ମୁମ୍ବାଇ : ବଲିଉଡ଼ର ଲଭରବୟ ରଣବୀର କପୁର ତାଙ୍କ ଆଗାମୀ ଚଳଚ୍ଚିତ୍ରର ‘ସଂଜୁ’ ପାଇଁ ବହୁ କଷ୍ଟ କରୁଛନ୍ତି। ଏହା ତାଙ୍କ କ୍ୟାରିୟରର ସବୁଠୁ ବଡ଼ ସଫଳତା ଆଣିପାରେ ବୋଲି କୁହାଯାଉଛି। ସଂଜୟ ଦତ୍ତଙ୍କ ବାୟୋପିକ୍ ଉପରେ ନିର୍ମିତ ଏହି ଫିଲ୍ମ ଆସନ୍ତା ଶୁକ୍ରବାର ଦିନ ରିଲିଜ୍ ହେବା ପାଇଁ ଯାଉଛି। ତେବେ ଏହା ରିଲିଜ ପୂର୍ବରୁ ହିଁ ଏହା ଅନେକ ଫିଲ୍ମକୁ ଟକ୍କର ଦେଇସାରିଲାଣି। ଫିଲ୍ମର ଟ୍ରେଲର ଓ ଟିଜର ଦେଖି ଜଣାପଡୁଛି, ଫିଲ୍ମଟି ଚଳିତ ବର୍ଷ ଏକ ନୂଆ ରେକର୍ଡ ସୃଷ୍ଟି କରିବ।

୨୦୧୮ ପର୍ୟ୍ୟନ୍ତ ରଣବୀରଙ୍କ ପୂର୍ବ ପ୍ରେମିକା ଦିପିକାଙ୍କ ‘ପଦ୍ମାବତ୍’ ଫିଲ୍ମ ବକ୍ସ ଅଫିସରେ ଅଧିକ ବ୍ୟବସାୟ କରିଥିଲା। ଏଥିସହ ବାୟୋପିକ୍ କାହାଣୀ ଉପରେ ଆଧାରିତ ଅମିର ଖାନଙ୍କ ‘ଦଙ୍ଗଲ୍’ ବଲିଉଡରେ ବର୍ତ୍ତମାନ ପର୍ୟ୍ୟନ୍ତ ସବୁଠୁ ଅଧିକ ବକ୍ସ ଅଫିସରେ ରୋଜଗାର କରିଥିଲା। ଶୁଣାଯାଉଛି, ଯେ ‘ସଂଜୁ’ ରଣବୀର କପୁରଙ୍କ ସବୁଠୁ ବଡ଼ ସଫଳତା ଆଣିଦେବ। ଯଦି ‘ସଂଜୁ’ ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ କଥା କୁହାଯାଏ, ତେବେ ପି.କେ. ତାଙ୍କ କ୍ୟାରିୟରର ୩୩୭ କୋଟିର ସବୁଠୁ ବଡ଼ ହିଟ୍ ଫିଲ୍ମ। ଏହା ପୂର୍ବରୁ ତାଙ୍କ ନିର୍ଦ୍ଦେଶିତ ୩ ଇଡିଅଟସ୍ ମଧ୍ୟ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା । ଏହି ସମସ୍ତ ରେକଡ଼କୁ ସୀମା ପାର କରିବା ସଂଞ୍ଜୁ ବୋଲି ଆଶା କରାଯାଇଛି।

Leave A Reply

Your email address will not be published.