ସାରା ଅଲ୍ଲୀ ଖାନ୍‌ ସେୟାର କଲେ ନିଜର ‘ପ୍ରଥମ ଗୀତ’ ରିହର୍ସଲର ଡ୍ୟାନ୍ସ ଭିଡିଓ, ଦେଖନ୍ତୁ କେମିତି ମାରୁଛନ୍ତି ଠୁମକା

ସାରା ଅଲ୍ଲୀ ଖାନ୍‌ କେତେ କ୍ୟୁଟ୍‌ ତାହା ତ ଆପଣମାନେ ସମସ୍ତେ ଜାଣିଥିବେ। ୨୪ ବର୍ଷିୟା ଅଭିନେତ୍ରୀ ନିଜର ପ୍ରଥମ ଫିଲ୍ମର ଏକ ଗୀତର ରିହର୍ସଲ ସମୟରେ ଭିଡିଓ ସେୟାର କରିଛନ୍ତି। ନିଜର ‘ପ୍ରଥମ ଗୀତ’ର ରିହର୍ସଲ କରିବା ପରେ ଏକ ଭିଡିଓ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତ। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

ସାରା ୨୦୧୮ରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘କେଦାରନାଥ’ରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଭିଡିଓଟିକୁ ସେ ତାଙ୍କର ଇନଷ୍ଟାଫ୍ୟାମ ସହିତ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ‘ଆମର ପ୍ରଥମ ଗୀତ’। ଏଥିରେ ସାରା ଏକ ଧଳା ରଙ୍ଗର କୁର୍ତ୍ତା ଏବଂ ସାରାରା ପିନ୍ଧିଛନ୍ତି। ସେ ଏହି ଗୀତକୁ ବହୁତ ଏଞ୍ଜୟ କରି ନାଚୁଥିବା ଭିଡିଓରେ ଦେଖାଯାଉଛନ୍ତି।

 

View this post on Instagram

 

Hamara pehla gaana 💭🎬🎼🎧🎤🎥 🖤

A post shared by Sara Ali Khan (@saraalikhan95) on

ଫିଲ୍ମ କେଦାରନାଥରେ ତାଙ୍କର ନାୟକ ସାଜିଥିଲେ ସୁସାନ୍ତ ସିଂହ ରାଜପୁତ୍‌। ଜଣେ ଯୁବ ହିନ୍ଦୁ ମହିଳା ଏବଂ ମୁସଲିମ୍‌ କୁଲୀଙ୍କର ଏକ ନିଚ୍ଛୁକ ପ୍ରେମ କାହାଣୀରେ ଜଡିତ ଏହି ଫିଲ୍ମ।

ଏହାସହ ପଢନ୍ତୁ : ଭର୍ଜିନିଟୀକୁ ନେଇ ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆ ୟୁଜର ପଚାରିଲେ ପ୍ରଶ୍ନ, ଜାଣନ୍ତୁ ଉତ୍ତରରେ କଣ କହିଲେ ଇଲିଆନା !

ସାରା ବଲିଉଡ୍‌ ଡେବ୍ୟୁ କରିବା ପୂର୍ବରୁ ୨୦୧୮ ଏପ୍ରିଲରେ ଏକ ଷ୍ଟାର ଷ୍ଟାଣ୍ଡାର୍ଡ ରିସେପସନରେ ନିଜର ବଲିଉଡ୍‌ ଠୁମକା ଲଗାଇଥିଲେ ଯାହା ପରେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ସାରା ଏଥିରେ ସାଢ଼ୀ ପିନ୍ଧି ଠୁମକା ଲଗାଉଥିବା ନଜର ଆସିଥିଲେ। ‘ସାତ ସମୁନ୍ଦର’ ଗୀତରେ ଠୁମକା ଲଗାଇ ଦର୍ଶକଙ୍କୁ ଦିଓ୍ଵାନା କରିଦେଇଥିଲେ।

ସାରା ବଲିଉଡର ନିଜର ପ୍ରଥମ ବାର୍ଷିକି ପାଳିବା ବାକି ରହିଛି। ଏବେ ପଯ୍ୟର୍ନ୍ତ ଦୁଇଟି ଫିଲ୍ମରେ ସେ ଜବରଦସ୍ତ ଅଭିନୟ କରି ଫ୍ୟାନଙ୍କର ଦିଓ୍ଵାନି ହୋଇସାରିଛନ୍ତି। ସାରାଙ୍କର ଆଗାମୀ ଫିଲ୍ମ ‘ଲଭ୍‌ ଆଜ୍‌ କଲ ୨’ ରିଲିଜ୍‌ ଅପେକ୍ଷାରେ ରହିଛି ଏଥିରେ ତାଙ୍କ ବିପକ୍ଷରେ କାର୍ତ୍ତିକ ଆର୍ୟନ ଅଛନ୍ତି। ସାରା ବର୍ତ୍ତମାନ ‘କୁଲୀ ନମ୍ବର ୧’ ରିମେକର ସୁଟିଂରେ ବ୍ୟସ୍ତ ଅଛନ୍ତି, ଏଥିରେ ତାଙ୍କ ସହ କଳାକାର ଅଛନ୍ତି ବରୁଣ ଧଓ୍ଵନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.