ଦେଖନ୍ତୁ ପାକିସ୍ତାନ ଆତଙ୍କବାଦୀଙ୍କ ନିହତ ଭିଡିଓ, ଅନୁପ୍ରବେଶ ବେଳେ ଭାରତୀୟ ସେନା କରିଥିଲା ଗୁଳିବର୍ଷା
ପ୍ରକୃତି ଛାଡୁନାହିଁ ପାକିସ୍ତାନ। କମ୍ମୁ କଶ୍ମୀରର କୁପୱାଡା କେରନ ସେକ୍ଟରରେ ୫ ପାକିସ୍ତାନୀ ଆତଙ୍କବାଦୀ ବଳ ପୂର୍ବକୁ ପଶିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଭାରତୀୟ ସେନାର ଗୁଳି ବର୍ଷାରେ ସମସ୍ତେ ନିହତ ହେଇଥିବାର ସୂଚନା ମିଳିଛି। ସୋମବାର ଦିନ ଏକ ଜାତୀୟ ଗଣମାଧ୍ୟମ ଏମାନଙ୍କର ଭିଡିଓ ଜାରି କରିଛି । କୁହାଯାଉଛି ଯେ ଏହି ଘଟଣା ଅଗଷ୍ଟ ମାସର ପ୍ରଥମ ସପ୍ତାହର। କୁପୱାଡା କେରନ ସେକ୍ଟରରେ ଲାଇନ ଅଫ କଣ୍ଟ୍ରୋଲ ନିକଟରେ ପାକିସ୍ତାନ ବର୍ଡର ଆକ୍ସନ ଟିମ୍ ଏହି ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଭାରତୀୟ ସେନା ସେମାନଙ୍କୁ ଏହି ଉଦ୍ୟମକୁ ପଣ୍ଡ କରିଦେଇଥିଲେ ଓ ସମସ୍ତଙ୍କୁ ସେଠାରେ ମାରିଦେଇଥିଲେ।
#WATCH: Indian Army foiled an infiltration attempt by a Pakistani BAT(Border Action Team) squad along the Line of Control in Keran Sector of Kupwara in the 1st week of Aug. Bodies of eliminated Pakistani Army regulars/terrorists along with equipment seen in video.#JammuAndKashmir pic.twitter.com/kXKsJskVs0
— ANI (@ANI) September 9, 2019
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଘଟଣାର ପରଦିନ ଦେଶର ଡିଜିଏମଓ ପାକିସ୍ତାନର ଡିଜିଏମ ସହ ସମ୍ପର୍କ କରିଥିଲେ। ସେ କହିଥିଲେ ସେହିଠାରେ ପଡି ରହିଥିବା ଆତଙ୍କବାଦୀଙ୍କ ମରଶରୀରକୁ ନେଇ ଯିବାକୁ କହିଥିଲେ। କିନ୍ତୁ ପାକିସ୍ତାନ ଏହାକୁ ଖଣ୍ଡନ କରି କହିଥିଲା ମରିଥିବା ସୈନିକ ପାକିସ୍ତାନର ନୁହଁନ୍ତି।