ଏହି ଘରେ ରାଜ୍‌ କରିବ ବିରୁଷ୍କାଙ୍କ ଝିଅ, ଭିତରୁ ଏମିତି ଦିଶେ ବିରାଟ କୋହଲିଙ୍କ ଘର; ଥରେ ନଜର ପକାନ୍ତୁ

ଅନୁଷ୍କା ଓ ବିରାଟ ଏବେ ଝିଅର ମାତାପିତା ହୋଇଛନ୍ତି। ସୋମବାର ଅନୁଷ୍କା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏ ନେଇ ନିଜେ ବିରାଟ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ ଯେ ଉଭୟ ମା’ ଓ ଝିଅ ସୁସ୍ଥ ଅଛନ୍ତି। ଖୁବ୍‌ଶୀଘ୍ର ସେମାନେ ନୂଆ କୁନି ଅତିଥି ସହ ଗୃହ ପ୍ରବେଶ କରିବେ। ତେବେ ଆସନ୍ତୁ ଦେଖିବା ବିରୁଷ୍କାଙ୍କ ଘରର ଝଲକ୍‌, ଯେଉଁଠି ତାଙ୍କ କୁନି ଝିଅ ରହିବ।

 

View this post on Instagram

 

A post shared by AnushkaSharma1588 (@anushkasharma)

ବିରାଟ ଓ ଅନୁଷ୍କାଙ୍କ ଭବ୍ୟ ଘର ମୁମ୍ବାଇର ବରେଲୀରେ ରହିଛି। ତାଙ୍କ ଆପାର୍ଟମେଣ୍ଟର ନାଁ ରହିଛି ‘ଓଁକାର ୧୯୭୩’। ବିବାହ ପରେ ୨୦୧୭ରେ ଉଭୟେ ଏହି ଘରକୁ ସିଫ୍ଟ ହୋଇଥିଲେ। କୁହାଯାଉଛି, ବିବାହ ପୂର୍ବରୁ ୨୦୧୬ ମସିହାରେ ସେମାନେ ଏହି ଘର କିଣିଥିଲେ। ବିରୁଷ୍କାଙ୍କର ଏହି ଆପାର୍ଟମେଣ୍ଟର ଦାମ୍‌ ୩୪ କୋଟି। ଏହି ଘର ୭,୧୭୧ ସ୍କୋୟାର ଫୁଟ୍‌ ଅଞ୍ଚଳ ପରିବ୍ୟାପ୍ତ। ଏହି ଆପାର୍ଟମେଣ୍ଟ ୩୫ ତମ ଫ୍ଲୋରରେ ରହିଛି।

 

View this post on Instagram

 

A post shared by Virat Kohli (@virat.kohli)

 

View this post on Instagram

 

A post shared by Virat Kohli (@virat.kohli)

 

View this post on Instagram

 

A post shared by AnushkaSharma1588 (@anushkasharma)

 

View this post on Instagram

 

A post shared by AnushkaSharma1588 (@anushkasharma)

ଏହି ଘରେ ୪ଟି ବେଡରୁମ୍‌, ପ୍ରାଇଭେଟ୍‌ ଟେରିସ୍‌, ଗାର୍ଡେନ୍‌ ଓ ଛୋଟ ଜିମ୍‌ ରହିଛି। ଗାର୍ଡେନ୍‌ର ଫଟୋକୁ ଅନୁଷ୍କା କିଛି ଦିନ ତଳେ ସେୟାର କରିଥିଲେ। ବିରାଟଙ୍କ ଘର ବାହାରର ଦୃଶ୍ୟ ମଧ୍ୟ ଖୁବ୍‌ ସୁନ୍ଦର। ଅଧିକାଂଶ ସମୟ ଏହି ଦମ୍ପତି ନିଜ ଘରୁ ହିଁ ଫଟୋ ସେୟାର କରିଥାନ୍ତି।

 

View this post on Instagram

 

A post shared by AnushkaSharma1588 (@anushkasharma)

ଘର ଭିତର ଅଂଶକୁ ମଧ୍ୟ ବିରୁଷ୍କା ଖୁବ୍‌ ସୁନ୍ଦର ଭାବେ ଡେକୋରେଟ୍‌ କରିଛନ୍ତି। ତାଙ୍କ ଘର କୌଣସି ରାଜମହଲଠାରୁ କମ୍‌ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.