Below header

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ନୂଆ ରେକର୍ଡ, ଏହି ମାମଲାରେ ବିଶ୍ୱରେ ହେଲେ ୧ ନମ୍ବର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ ସସ୍‌ପେସନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରରେ ସବୁଠାରୁ ଅଧିକ ଫଲୋ କରାଯାଉଥିବା ସକ୍ରିୟ ରାଜନେତା ବନିଯାଇଛନ୍ତି। କିଛିଦିନ ପୂର୍ବରୁ ଏହି ଟାଇଟଲ ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ଥିଲା ଏବଂ ପିଏମ୍‌ ମୋଦି ତାଲିକାର ଦ୍ୱିତୀୟ ନମ୍ବରରେ ଥିଲେ। କିନ୍ତୁ ଆମେରିକା ସଂସଦରେ ନିଜ ସମର୍ଥକଙ୍କୁ ହିଂସା ପାଇଁ ଭଡ଼କାଇବା ଅଭିଯୋଗରେ ଟୁଇଟର ପକ୍ଷରୁ ଟ୍ରମ୍ପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ମୋଦି ଏବେ ପ୍ରଥମେ ସ୍ଥାନକୁ ଚାଲିଆସିଛନ୍ତି।

modi2

ସୂଚନାଥାଉ କି, ଟୁଇଟରରେ ଡୋନାଲ୍ଡ ଟ୍ରମ୍ପଙ୍କର ୮୮.୭ ମିଲିୟନ ଅର୍ଥାତ୍‌ ପାଖାପାଖି ୮ କୋଟି ୮୭ ଲକ୍ଷ ଫଲୋୟର୍ସ ଅଛନ୍ତି। ସେଠି ନରେନ୍ଦ୍ର ମୋଦିଙ୍କର ୬୪.୭ ମିଲିୟନ ଅର୍ଥାତ୍‌ ପାଖାପାଖି ୬ କୋଟି ୪୭ ଲକ୍ଷ ଫଲୋୟର୍ସ ରହିଛନ୍ତି। ଯଦିଓ ମୋଦି ଓ ଟ୍ରମ୍ପଙ୍କଠାରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ଟୁଇଟର ଫଲୋୟର୍ସ ଅଧିକ ଅଛନ୍ତି। ଓବାମାଙ୍କୁ ୧୨୭.୯ ମିଲିୟନ ଅର୍ଥାତ୍‌ ପାଖାପାଖି ୧୨ କୋଟି ୭୯ ଲକ୍ଷ ଲୋକ ଫଲୋ କରୁଛନ୍ତି। କିନ୍ତୁ ସେ ବର୍ତ୍ତମାନ କୌଣସି ପଦରେ ନାହାନ୍ତି କି ସକ୍ରିୟ ରାଜନେତା ନୁହନ୍ତି। ତେଣୁ ପିଏମ୍‌ ମୋଦି ଏହି ତାଲିକାରେ ସବୁଠାରୁ ଆଗକୁ ଚାଲିଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.