Below header

ରାସ୍ତା ଉପରକୁ ଅଚାନକ ଚାଲି ଆସିଲା ମହାବଳ, ବାଇକ୍‌ ଆରୋହୀ ଉପସ୍ଥିତି ବୁଦ୍ଧି ଖଟାଇ କଲେ ଏମିତି କାମ; ଦେଖନ୍ତୁ ଫଟୋ

ରାସ୍ତା ଉପରକୁ ଅଚାନକ ଚାଲି ଆସିଲା ମହାବଳ। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଲୋକମାନେ ଯାତାୟାତ କରୁଥିବା ବେଳେ ହଠାତ୍‌ ଏକ ବାଘ ସାମ୍ନାକୁ ଚାଲି ଆସିଥିଲା। ବାଘକୁ ସାମ୍ନାରେ ଦେଖି ଲୋକମାନେ ସ୍ତବ୍ଧ ହୋଇଯାଇଥିଲେ। ସେମାନେ ଆଉ ଆଗକୁ ନ ଆସି ଯେଉଁଠି ଥିଲେ ସେଠାରେ ହିଁ ଗାଡ଼ିକୁ ବ୍ରେକ୍‌ ମାରିଥିଲେ। ଏହି ଘଟଣାର ଫଟୋକୁ ସେଠାରେ ଉପସ୍ଥିତ ଜଣେ ଫଟୋଗ୍ରାଫର ଉଠାଇଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଘଟଣା ଘଟିଛି ଚନ୍ଦ୍ରପୁର ଜିଲ୍ଲାର ତଦୋବା ଅନ୍ଧାରୀ ଟାଇଗର ରିଜର୍ଭରେ। ଏହି ରିଜର୍ଭରେ ୮୦ଟି ବାଘ ଅଛନ୍ତି। କିନ୍ତୁ ଏହି ଫଟୋ ଉତ୍ତୋଳନ କରିଥିବା ଫଟୋଗ୍ରାଫର ଭାର୍ଗବ କହିଛନ୍ତି, ଏଠାକାର ବାଘ ଲୋକଙ୍କ ଠାରୁ ଦୂରେଇ ରହନ୍ତି। ସେମାନେ ରାସ୍ତା ପାର କରୁଥିବା ବେଳେ ମଧ୍ୟ ତାଙ୍କୁ ଯେମିତି କେହି ନ ଦେଖନ୍ତି ସେମାନେ ଏଥିପ୍ରତି ସମ୍ପୂର୍ଣ୍ଣ ଦୃଷ୍ଟି ଦେଇଥାନ୍ତି।

tiger
Photo Credit: Daily mail london

ତେବେ ଏଠାକାର ବାଘ କେବେ ବି କୌଣସି ବ୍ୟକ୍ତିଙ୍କୁ ଆକ୍ରମଣ କରିନଥାନ୍ତି। ସେମାନେ ଲୋକଙ୍କ ସାମ୍ନାକୁ ଆସିବାକୁ ପସନ୍ଦ କରନ୍ତି ନାହିଁ ବୋଲି ଫଟୋଗ୍ରାଫର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.