କୃଷି ଆଇନ ଉପରେ ରୋକ ଲଗାଇଲେ ସୁପ୍ରିମ କୋର୍ଟ, ଗଠନ ହେବ ଚାରି ଜଣିଆ କମିଟି

ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟରେ କୃଷି ଆନ୍ଦୋଳନକୁ ନେଇ ଚାଲିଥିବା ଶୁଣାଣିର ଆଜି ଦ୍ଵିତୀୟ ଦିନ । ଉଚ୍ଚତମ ନ୍ୟାୟାଳୟ ଆଜି ତିନିଟି କୃଷି ଆଇନର କାର୍ଯ୍ୟକାରିତାକୁ କିଛି ସମୟ ପାଇଁ ସ୍ଥଗିତ କରିଛନ୍ତି । ଏହା ସହ ଚାରି ଜଣଙ୍କୁ ନେଇ ଏକ କମିଟି ଗଠନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସୂଚନା ଦେବା ଉଚିତକି, ସୋମବାର କୃଷି ଆନ୍ଦୋଳନକୁ ନେଇ ଯାଚିକା ଦାୟର ହୋଇଥିଲେ ମଧ୍ୟ ଏନେଇ କୌଣସି ପ୍ରକାରର ଫୈସଲା ହୋଇ ପାରିନଥିଲା । ଶୁଣାଣି କରିଛନ୍ତି ଭାରତର ମୁଖ୍ୟ ନ୍ୟାୟାଧୀଶ ଏସ. ଏ. ବୋବଡ଼େ ।

ଫୈସଲାକୁ ନେଇ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କହିଛନ୍ତିକି, ସୁପ୍ରିମ କୋର୍ଟଙ୍କ ଫୈସଲାକୁ ସରକାରଙ୍କ ତରଫରୁ ସ୍ୱାଗତ କରାଯାଇଛି । ସେପଟେ ଭାରତୀୟ କିଷାନ ସଂଘ ବି କମିଟି ଗଠନ ନିଷ୍ପତ୍ତିକୁ ସ୍ୱାଗତ କରିଥିବା ଜଣାଯାଇଛି ।

କହିରଖିବା ଉଚିତକି, କୃଷି ଆଇନକୁ ନେଇ ଗଠନ ହୋଇଥିବା କମିଟିରେ କୃଷି ଅର୍ଥଶାସ୍ତ୍ରୀ ଅଶୋକ ଗୁଲାଟି, ଜିତେନ୍ଦ୍ର ସିଂହ ମାନ, ପ୍ରମୋଦ କୁମାର ଯୋଶୀ, ଅନିଲ ଧନଓ୍ଵନ୍ତ କମିଟି ସଦସ୍ୟ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.