ବହି ଉପରେ ଠିଆ ହୋଇ ଫଟୋ ଉଠାଇଲେ ଏହି ଗାୟିକା, ଭାରତୀୟ ଫ୍ୟାନ୍‌ ହେଲେ ନାରାଜ

ଆମେରିକାନ ଗାୟିକା ସେଲିନା ଗୋମେଜ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ନିକଟରେ ସେଲିନା PUMA ପାଇଁ ଫଟୋଶୁଟ୍‌ କରିଛନ୍ତି। ଏହି ଫଟୋଶୁଟ୍‌ ପାଇଁ ବହି ଉପରେ ଠିଆ ହୋଇ ଫଟୋ ଉଠାଇଛନ୍ତି। ସେଲିନାଙ୍କ ଏପରି ଫଟୋ ଦେଖି ଭାରତୀୟ ଫ୍ୟାନ ନାରାଜ ହୋଇଛନ୍ତି। ସେଲିନାଙ୍କ ଏପରି ଫଟୋଶୁଟ୍‌କୁ ନେଇ ଏବେ ଚାଲିଛି ଜୋରଦାର ଆଲୋଚନା। ଏହା ସହିତ କିଛି ଲୋକ ସ୍ପୋର୍ଟସ ବ୍ରାଣ୍ଡ୍‌ PUMA କୁ ବଏକଟ କରିବାକୁ କହିଛନ୍ତି।

book 1

ଏହାସହ ପଢ଼ନ୍ତୁ ; ସନିଙ୍କ ସହିତ ଡ୍ୟାନ୍ସ କରି ଧମାଲ ମଚାଇଲେ ବ୍ରାଭୋ, ଚାମ୍ପିୟନ ଗୀତରେ କଲେ ଡ୍ୟାନ୍ସ

ସେଲିନାଙ୍କ ଏହି ଫଟୋକୁ ଜଣେ ଟ୍ଵିଟର ୟୁଜର ସେୟାର କରିଛନ୍ତି। ଯାହାକୁ ନେଇ ବିଭିନ୍ନ ପ୍ରକାର କମେଣ୍ଟ ମିଳିଛି। ଏହି ଟ୍ଵିଟ୍‌କୁ ୬୩ ହଜାର ଲାଇକ୍‌ ମିଳିଥିବା ବେଳେ ୪୦୦ ଲୋକ କମେଣ୍ଟ ଦେଇସାରିଲେଣି। ଯେଉଁଥିରେ ଅଧିକାଂଶ ଫ୍ୟାନ୍‌ ଭାରତୀୟ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.