କୋରାପୁଟ: ବାଲ୍ୟ ବିବାହକୁ ରୋକିବାକୁ ଆରମ୍ଭ ହେଲା କର୍ମଶାଳା ‘ଅପରାଜିତା, ଲକ୍ଷ୍ମୀପୁର SHG ସେଣ୍ଟ୍ରାଲ ହଲରେ ହେଲା ଅନୁଷ୍ଠିତ

କୋରାପୁଟ(କେନ୍ୟୁଜ୍): ବାଲ୍ୟ ବିବାହକୁ ରୋକିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି କର୍ମଶାଳା ‘ଅପରାଜିତା’ । ଲକ୍ଷ୍ମୀପୁର SHG ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମ । ଜିଲ୍ଲାର ସମସ୍ତ ବ୍ଳକ୍‌ରେ ଅନୁଷ୍ଠିତ ହୋଇଛି କର୍ମଶାଳା । କର୍ମଶାଳାରେ ଲକ୍ଷ୍ମୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ସବର, ମଙ୍ଗଳ ବିଭାଗ ଅଧଇକାରୀ ପି.କେ ମିଶ୍ର, ଏନ୍‌ଜିଓ କର୍ମଚାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏଥିରେ ବାଲ୍ୟ ବିବାହ ରୋକିବା ଓ ବାଲ୍ୟ ବିବାହ ଦ୍ୱାରା ସମାଜ ଉପରେ ପଡୁଥିବା କୁପ୍ରଭାବ ଉପରେ ଆଲୋକପାତ କରାଯାଇଥିଲା । ଏଥିରେ ବ୍ଳକ୍‌ର ଗିରଲିପୁଟ ଗାଁର ୪ ଜଣ ନାବାଳିକାଙ୍କୁ ଅପରାଜିତା କର୍ମଶାଳାରେ ସାମିଲ କରାଯାଇଥିଲା । ବାଲ୍ୟ ବିବାହ ରୋକିବାକୁ ପ୍ରତି ପଞ୍ଚାୟତରେ କର୍ମଶାଳା କରାଯିବ ବୋଲି ସିଡିପିଓ ଇନ୍‌ଚାର୍ଜ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.