Below header

ହଲିଉଡ୍‌ର ଏମିତି ଜଣେ ନିର୍ମାତା, ଯାହାଙ୍କ ବିରୋଧରେ ଆଞ୍ଜେଲିନା ଜୋଲିଙ୍କ ସମେତ ୮୦ରୁ ଅଧିକ ମହିଳା ଆଣିଛନ୍ତି ଯୌନ ଉତ୍ପୀଡ଼ନ ଅଭିଯୋଗ

ଆପଣମାନେ ପ୍ରତିଦିନ ଅନେକ ଯୁବତୀ ଯୌନ ଉତ୍ପୀଡନର ଶିକାର ହେଉଥିବା ଖବର ନିଶ୍ଚିତ ଶୁଣିଥିବେ। ଟିଭି କିମ୍ବା ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏହି ଘଟଣା କିଛି ନୂଆ କଥା ନୁହେଁ । ଏମିତି ଏକ ଘଟଣା ପୁଣି ସାମ୍ନାକୁ ଆସିଛି। ଜଣେ ୩୦ ବର୍ଷୀୟ ଅଭିନେତ୍ରୀ ତଥା ମଡେଲ ଜଣାଶୁଣା ହଲିଉଡ ନିର୍ମାତାଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି।
ଅଭିନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ସେ ଏକ ହୋଟେଲରେ ନିର୍ମାତାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେଠାରେ ସେ କୌଣସି ସ୍କ୍ରିଫ୍ଟକୁ ନେଇ ଚର୍ଚ୍ଚା କରିବେ ବୋଲି ତାଙ୍କର ଧାରଣା ଥିଲା। କିନ୍ତୁ ସେଠାରେ ନିର୍ମାତା ଜଣକ ଯୁବତୀଙ୍କୁ କହିଥିଲେ, ସେ କୌଣସି ଆଓ୍ଵାର୍ଡ ନେବା ପାଇଁ ହୋଟେଲର ରୁମକୁ ଯିବାକୁ ହେବ। ତା’ ପରେ ଅନ୍ୟ ଦୁଇ ମହିଳାଙ୍କୁ ମଧ୍ୟ ତାଙ୍କ ସହିତ ରୁମକୁ ଡାକିଥିଲେ।
ହୋଟେଲ ରୁମରେ ନିର୍ମାତା ଜଣକ ନିଜର ପୋଷାକ ଓହ୍ଲାଇ ଗାଧୋଇବା ପାଇଁ ଯାଇଥିବା ବେଳେ ଅନ୍ୟ ଜଣେ ମହିଳା ରୁମ୍ର କବାଟ ବନ୍ଦ କରି ଦେଇଥିଲେ। ଏତିକିରେ ଅଭିନେତ୍ରୀ ଜଣକ ଜାଲରେ ଫସି ଯାଇଥିବା କଥା ଅନୁଭବ କରିପାରିଥିଲେ। ଏହା ପରେ ନିର୍ମାତାଙ୍କ ପାଖରେ ବସି ଅଭିନେତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ସହ ଅଶ୍ଳୀଳ କାମ କରିଥିଲେ । ଏମିତିକି ଇଣ୍ଡଷ୍ଟ୍ରୀରେ ସମସ୍ତ ଅଭିନେତ୍ରୀଙ୍କୁ ଏପରି କରିବାକୁ ପଡିଥାଏ ବୋଲି ନିର୍ମାତା କହିଥିଲେ।

HARVEYଏହି ହଲିଉଡ୍‌ ନିର୍ମାତା ହେଉଛନ୍ତି ୬୭ ବର୍ଷୀୟ ହାରଭେ େଓ୍ଵନଷ୍ଟେନ । ଏପର୍ଯ୍ୟନ୍ତ ୮୦ରୁ ଅଧିକ ମହିଳା ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି । ଅଭିନେତ୍ରୀ ଲରେନ ୟଙ୍ଗଙ୍କ ସମେତ ଅନେକ ନାମୀଦାମୀ ଯୁବତୀ ଏଭଳି ଅଭିଯୋଗ କରିଛନ୍ତି । ଗତ ୨୦୧୩ ମସିହାରେ ବେଭର୍ଲୀ ହିଲ୍‌ସ ହୋଟେଲରେ ଲରେନଙ୍କ ସହିତ ଏହି ଘଟଣା ଘଟିଥିଲା।
‘The English Patient, Shakespeare in Love’, ଭଳି ଫିଲ୍ମ କରିଥିବା ନିର୍ମାତା କିନ୍ତୁ ନିଜ ଉପରେ ଲାଗିଥିବା ସମସ୍ତ ଆରୋପକୁ ଖଣ୍ଡନ କରିଛନ୍ତି। ହଲିଉଡର ଜଣାଶୁଶା ନିର୍ମାତା ହାରଭେ େଓ୍ଵନଷ୍ଟେନଙ୍କ ଉପରେ ଲାଗିଥିବା କେସ୍ ଏବେ ଲସ୍ ଏଞ୍ଜେଲସରେ ଚାଲିଛି। 

ଗତ ମଙ୍ଗଳବାର ଦିନ ଏହି ନିର୍ମାତାଙ୍କର କିଛି ନଗ୍ନ ଫଟୋ ଜୁରିମାନଙ୍କ ସାମ୍ନାରେ ରଖାଯାଇଥିଲା। ଏହି କେସ୍ରେ କୁହାଯାଇଛି ଯେ ନିର୍ମାତା ଜଣକ କାହାର ଯୌନ ଶୋଷଣ କରିବା ପାଇଁ ସମର୍ଥ ନାହାନ୍ତି। ଏହା ପୂର୍ବରୁ ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ନିର୍ମାତା ହାରଭେଙ୍କ ଉପରେ ଯୌନ ଉତ୍ପୀଡନ କରିଥିବା ଆରୋପ ଲଗାଇଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.