Below header

ଅଚାନକ ବାଇକ ଚାଳକଙ୍କୁ ଗୋଡ଼ାଇଲା ହାତୀ, ନିଜକୁ ବଞ୍ଚାଇବା ପାଇଁ କଲେ କିଛି ଏପରି, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପଶୁମାନଙ୍କ ଭିଡିଓକୁ ପ୍ରାୟତଃ ବହୁତ ପସନ୍ଦ କରାଯାଇଥାଏ । ତେବେ ନିକଟରେ ଏକ ହାତୀର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଭାଇରଲ ହୋଇଥିବା ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ପ୍ରବୀଣ କାସବାନ ସେୟାର କରିଥିଲେ । ଯେଉଁଥିରେ ଏକ ହାତୀ ଅତ୍ୟନ୍ତ କ୍ରୋଧର ସହିତ ଜଣେ ବାଇକ ଚାଳକଙ୍କ ପଛରେ ଗୋଡ଼ଉଥିବା ଦେଖିବାକୁ ମିଳିଥିଲା । ତେବେ ବାଇକ ଚାଳକ ନିଜର ଉପସ୍ଥିତ ବୁଦ୍ଧି ଦ୍ୱାରା ହାତୀଠାରୁ ନିଜ ଜୀବନ ବଞ୍ଚାଇପାରିଥିଲେ ।


ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ ରାସ୍ତାର ଦୁଇ ପାର୍ଶ୍ଵରେ ଲୋକମାନେ ଗାଡି ସହିତ ଠିଆ ହୋଇଛନ୍ତି ଓ ଫରେଷ୍ଟ ଅଫିସର ହାତୀ ଯିବାପାଇଁ ରାସ୍ତା ରୋକ କରାଇଥିଲେ । ସେହି ସମୟରେ ସମସ୍ତେ ହାତୀ ପଳାଇବାର ଅପେକ୍ଷା କରିଥିଲେ କିନ୍ତୁ ଜଣେ ବ୍ୟକ୍ତି ହଠାତ ବାଇକ ନେଇ ରାସ୍ତାରେ ଯିବାକୁ ଲାଗିଲେ । ଯାହାକୁ ଦେଖି ଏକ ହାତୀ ତାଙ୍କୁ ଆକ୍ରମଣ କରିବା ପାଇଁ ତାଙ୍କ ପଛରେ ଗୋଡ଼ାଇବାକୁ ଲାଗିଲା । ତେବେ ଚାଳକ ଜଣକ ଅତି ଦ୍ରୁତ ଗତିରେ ବାଇକ ଚଳାଇବା ସହିତ ହାତୀଠାରୁ ନିଜକୁ ରକ୍ଷା କରିପାରିଥିଲା । କୁହାଯାଉଛି ଯେ ଆଉ ଟିକିଏ ଡେରି ହୋଇଯାଇଥିଲେ ଚାଳକ ଜଣକ ମୃତ୍ୟୁ ମୁଖରେ ପଡ଼ିଥାନ୍ତେ ।

ଏହି ଭିଡିଓ ସେୟାର କରିବା ସହ ପ୍ରବୀଣ ଲେଖିଛନ୍ତି “ଆପଣ ଜାଣିଛନ୍ତି କି ଯେ ବନ୍ୟଜୀବ ପ୍ରବନ୍ଧନ ପାଇଁ ସବୁଠାରୁ କଷ୍ଟ କାମ କଣ ? ମଣିଷକୁ ସମ୍ଭାଳିବା । କର୍ମଚାରୀମାନଙ୍କ ଦ୍ୱାରା ରାସ୍ତାରୋକ କରାଯାଇଥିଲେ ମଧ୍ୟ ବ୍ୟକ୍ତି ଜଣକ ଏହାକୁ ନମାନି ଗାଡି ଚଳାଇଥିଲେ । ଯଦିଓ ଅନ୍ୟ ଲୋକମାନେ ସେହି ସମୟରେ ଅପେକ୍ଷା କରିଥିଲେ । ମାତ୍ର କିଛି ସେକେଣ୍ଡରେ ଯୁବକ ଜଣକ ବଂଚିଗଲେ । ଦୟାକରି ଏପରି କରନ୍ତୁ ନାହିଁ ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.