ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା, ମୁଖ୍ୟ ଅଭିଯୁକ୍ତ ଗୋପୀନାଥ ନାୟକକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ

ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣାରେ ଆଉ ଜଣେ ଗିରଫ। ମୁଖ୍ୟ ଅଭିଯୁକ୍ତ ଗୋପୀନାଥ ନାୟକକୁ ଗିରଫ କରାଯାଇଛି। ଗଜପତିରୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । ପୂର୍ବରୁ ମାଷ୍ଟରମାଇଣ୍ଡ ଚିଣ୍ଟୁ ସହ ୩୨ଜଣ ଗିରଫ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରେ ୧୬ରୁ ଅଧିକ ନାବାଳକ ଅଛନ୍ତି ।

cctvଗତମାସ ୯ତାରିଖ ସଂଧ୍ୟାରେ ୨୦ରୁ ୨୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ୍ ବିଲ୍ଡିଂରେ ପଶି ଭଙ୍ଗାରୁଜା କରିଥିଲେ । ଏଥିସହ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଯାହାର ଚିତ୍ର ସିସିଟିଭି ଫୁଟେଜ୍‌ରେ କଏଦ ହୋଇଥିଲା । ସୂଚନା ମୁତାବକ ଦୁଇ ଜଣ ଗ୍ରାହକଙ୍କୁ ଦୋକାନୀ ଦୁର୍ବ୍ୟବହାର କରିଥିଲେ । ଏହାପରେ ଏମାନେ ଦୋକାନୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.