ଏହି ଭୟଙ୍କର ରୋଗରେ ପୀଡ଼ିତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ଶବାନା ଆଜମୀ

ମୁମ୍ବାଇ : ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମୀଙ୍କୁ ସ୍ୱାଇନ୍‌ ଫ୍ଲୁ ହୋଇଛି। କାଶ ଏବଂ ଥଣ୍ଡାରୁ ପୀଡିତ ଥିବା ଏକ ସାଧାରଣ ଡାକ୍ତରୀ ଯାଞ୍ଚ ସମୟରେ ତାଙ୍କୁ ଫ୍ଳୁ ହୋଇଥିବା ଜଣାପଡ଼ିଛି। ତାଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ଅଭିନେତ୍ରୀ ଶବାନା ଏ ବିଷୟରେ କହିଛନ୍ତି, ମତେ ନିଜର ଯତ୍ନ ନେବା ପାଇଁ କିଛି ସମୟ ମିଳିଛି। ଏହା ମୋ ପାଇଁ ଏକ ବିରତି ସହ ସମାନ। ମୁଁ ଏବେ ଡାକ୍ତରଖାନାରେ ଭର୍ତ୍ତି ଥିବା ବେଳେ ମୁଁ ଶୀଘ୍ର ସୁସ୍ଥ ହୋଇଯିବି। ଶବାନାଙ୍କୁ ଶେଷ ଥର ପାଇଁ ଫିଲ୍ମ ଦ ବ୍ଳାକ୍ ପ୍ରିନ୍ସରେ ୨୦୧୭ ମସିହାରେ ଦେଖିବାକୁ ମିଳିଥିଲା। ଫିଲ୍ମଟି ପଞ୍ଜାବୀ, ହିନ୍ଦି ଏବଂ ଇଂରାଜୀରେ ରିଲିଜ ହୋଇଥିଲା।

ନିଶ୍ଚିତ ପଢ଼ନ୍ତୁ: ଓଲିଉଡର କଳାକାରଙ୍କ ଚର୍ଚ୍ଚିତ ମୃତ୍ୟୁ , ଏଯାଏଁ ମଧ୍ୟ ଫିଟିନି ଯାହାର ଗୁମର

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଦେଶରେ ସ୍ୱାଇନ୍‌ ଫ୍ଲୁର ପ୍ରକୋପ ଚାରିଆଡ଼େ ଦେଖିବାକୁ ମିଳୁଛି। ଚଳିତ ସପ୍ତାହରେ ଏଥିରେ ୮୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହୁରି ୩୧୨ଜଣ ଆକ୍ରାନ୍ତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.